ରିପୋର୍ଟ କାର୍ଡ / ମାଲକାନଗିରି
ମାଲକାନାଗିରି ସୀମାନ୍ତ ଛତିଶଗଡ଼ ଅଞ୍ଚଳରେ ପୁଣି ଦେଖିବାକୁ ମିଳିଛି ଲାଲ୍ବାହିନୀର ହିଂସାକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହ କରି ୨ଜଣ ଛାତ୍ରଙ୍କ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ । ମୃତକ ଦୁଇ ଜଣ ହେଲେ ତାତି ହଡମା ଓ ମାଡକାମି ଅର୍ଜୁନ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସର- ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଛାତ୍ରଙ୍କୁ ଗଳା କାଟି ହତ୍ୟା କଲେ ଲାଲ୍ ବାହିନୀ । ଜାଗରକୋଣ୍ଡା ଥାନା ଅନ୍ତର୍ଗତ ମିଲମପାଲ୍ଲି ଜଙ୍ଗଲ ରାସ୍ତାରୁ ମୃତଦେହ ଉଦ୍ଧାର ହୋଇଛି । ହତ୍ୟା କରିବା ପରେ ଘଟଣାସ୍ଥଳରେ କିଛି ହାତ ଲେଖା ପୋଷ୍ଟର ଛାଡି ଯାଇଛନ୍ତି । ଯେଉଁଥିରେ ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବା ଉଲ୍ଲେଖ ରହିଛି । ମୃତକ ଦୁଇ ଜଣ ହେଲେ ତାତି ହଡମା ଓ ମାଡକାମି ଅର୍ଜୁନ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
More Stories
ସ୍କୁଲ ଦୋଳିରୁ ପଡ଼ି ୪ର୍ଥ ଶ୍ରେଣୀ ଛାତ୍ର ମୃତ୍ୟୁ….
ନବ ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ନେଇ ଆବେଦନ…..
ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା;ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ…..