Report Card Odisha

| Daily Odia News

ବଦଳିଲା ‘ଆଲିଗଡ଼’ର ନାମ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତର ପ୍ରଦେଶ ‘ଆଲିଗଡ଼’ର ନାମ ପରିବର୍ତ୍ତନ ହୋଇ ସହରର ନାମ ‘ହରିଗଡ଼’ ହେଲା | ଏହି ପ୍ରସ୍ତାବ ପାସ ହୋଇଛି ଆଲିଗଡ଼ର ମେୟର ପ୍ରଶାନ୍ତ ସିଙ୍ଘଲ ମଙ୍ଗଳବାର ‌କହିଛନ୍ତି, ‘ଏକ ବୈଠକରେ ଆଲିଗଡ଼ର ନାମ ବଦଳାଇ ହରିଗଡ଼ ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏନେଇ ସମସ୍ତ କାଉନସିଲର ସହମତି ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ରାଜ୍ୟର ବିଭିନ୍ନ ପ୍ରମୁଖ ସହରର ନାମ ପରିବର୍ତ୍ତନ କରିବାରେ ରେକର୍ଡ କରିସାରିଲାଣି । ୨୦୧୯ ଜାନୁୟାରିରେ ଆଲାହାବାଦରେ କୁମ୍ଭ ମେଳା ଆରମ୍ଭ ହେବାର କିଛି ମାସ ପୂର୍ବରୁ ଆଲାହାବାଦର ନାମକରଣ କରି ‘ପ୍ରୟାଗରାଜ’ ରଖାଯାଇଥିଲା |

Breaking News