ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇସ୍ରାଏଲ-ହମାସ୍ ଯୁଦ୍ଧ ବନ୍ଦ କରିବାକୁ ଭାରତ କରୁ ଉଦ୍ୟମ କରୁଛି | ସୋମବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ ଆଲୋଚନା କରିଛନ୍ତି ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି । ଏହି ଯୁଦ୍ଧ ବନ୍ଦ କରିବାକୁ ଭାରତ ସରକାର ଉଦ୍ୟମ କରନ୍ତୁ ବୋଲି ଇରାନ ଆହ୍ବାନ ଜଣାଇଛି । ଏହି ସମୟରେ ରଇସି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଥିଲେ ଯେ ଗାଜା ଉପତ୍ୟକାରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନକୁ ଶେଷ କରିବା ପାଇଁ ଭାରତ ନିଜର ସମସ୍ତ ପ୍ରଭାବକୁ ଉପଯୋଗ କରିବା ଉଚିତ୍ । ଇରାନ ପକ୍ଷରୁ କୁହାଯାଇଛି ଯେ, ଆଜି ଭାରତ ଗାଜାର ନିର୍ଯାତିତ ଲୋକଙ୍କ ବିରୋଧରେ ଇସ୍ରାଏଲର ଯୁଦ୍ଧ ଅପରାଧକୁ ଶେଷ କରିବା ପାଇଁ ନିଜର ସମସ୍ତ ସାମର୍ଥ୍ୟ ବ୍ୟବହାର କରିବ ବୋଲି ଆଶା କରାଯାଉଛି। ଲଗାତାର ହେଉଥିବା ପାଲେଷ୍ଟାଇନ ଲୋକଙ୍କ ହତ୍ୟାକୁ ସାରା ବିଶ୍ବର ଲୋକମାନଙ୍କ ମନରେ ଆକ୍ରୋଶ ରହିଛି । ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଆଲୋଚନା କରିଛନ୍ତି ବୋଲି ମଙ୍ଗଳବାର ଭାରତ ସରକାର ମଧ୍ୟ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି।






More Stories
ପୁଣିଥରେ ହେବ ମତଦାନ…..
ପଶ୍ଚିମବଙ୍ଗରୁ ବହିଷ୍କାର ହେବେ ଆଇପିଏସ୍ ଅଧିକାରୀ ଅଜୟ ପାଲ ଶର୍ମା…..
ଆଜି ପଶ୍ଚିମବଙ୍ଗ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ…..