ରିପୋର୍ଟ କାର୍ଡ / ଭୁବନେଶ୍ୱର
ଡିସେମ୍ବର ୧ ରୁ ବସିବ ବିଧାନସଭାର ଶୀତକାଳୀନ ଅଧିବେଶନ । ପୂର୍ବଥର ପରି କୋଭିଡ୍ କଟକଣାରେ ଚାଲିବ ଗୃହ । ବିଧାନସଭା କେତେ ସମୟ ଚାଲିବ, ଗୃହରେ ବିଧାୟକଙ୍କ ଆଚରଣ ଏବଂ ଉଚାରଣା କିଭଳି ରହିବ ସେ ସଂପର୍କରେ ଆଲୋଚନା ପାଇଁ ଆଜି ବସିବ ସର୍ବଦଳୀୟ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ପ୍ରଶ୍ନକାଳ ଏବଂ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କୌଣସି ସଦସ୍ୟ ଗୃହରେ ହୋହଲ୍ଲା କରିପାରିବେ ନାହିଁ ବୋଲି ପୂର୍ବରୁ ବାଚସ୍ପତି ସୂଚନା ଦେଇସାରିଛନ୍ତି । ତେଣୁ ସେହି ପ୍ରସଙ୍ଗ ମଧ୍ୟ ସର୍ବଦଳୀୟ ବୈଠକରେ ବାଚସ୍ପତି ଉଠାଇବେ । ସେପଟେ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ ବିଧାୟିକା,କର୍ମଚାରୀ, ପିଏସଓ, ଡ୍ରାଇଭରଙ୍କ ସହ ବିଧାନସଭା ଆସିବାକୁ ଥିବା ସମସ୍ତଙ୍କର କରୋନା ଟେଷ୍ଟ କରାଯାଉଛି । ଆଜି ଦ୍ବିତୀୟ ଦିନରେ ଏହି ଟେଷ୍ଟ କରାଯିବ । ମୋଟ ୩ ଦିନ ଧରି ଟେଷ୍ଟ ଚାଲିବ କରୋନା ଟେଷ୍ଟ ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..