Report Card Odisha

| Daily Odia News

ଆଜି ସର୍ବଦଳୀୟ ବୈଠକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦିନକ ପରେ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। ତା ପୂର୍ବରୁ ଆଜି ବସୁଛି ସର୍ବଦଳୀୟ ବୈଠକ। ଏହି ବୈଠକରେ ଉଭୟ ଶାସକ ଓ ବିରୋଧୀ ଦଳର ପ୍ରତିିନିଧିମାନେ ଯୋଗ ଦେବେ। କେମିତି ଗୃହରେ ସବୁ ପ୍ରସଙ୍ଗରେ ଆଲୋଚନା ହେବ, ବିରୋଧୀଙ୍କୁ ଉପଯୁକ୍ତ ସମୟ ମିଳିବ, ପ୍ରସଙ୍ଗ ଉଠାଇବାକୁ ସୁଯୋଗ ମିଳିବ, ସୁରୁଖୁରୁରେ ଗୃହ ଚାଲିବ, ତାକୁ ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଆଜି ସର୍ବଦଳୀୟ ବୈଠକ ପରେ ଆସନ୍ତାକାଲି ଉଭୟ ଶାସକ ଓ ବିରୋଧୀ ଦଳର ଅଲଗା ଅଲଗା ବିଧାୟକ ଦଳ ବୈଠକ ହେବ। ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବେ ସମସ୍ତେ। ବିଧାନସଭାର ମୌସୁମୀ ଅଧିବେଶନ ୧୮ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖରେ ଶେଷ ହେବ। ଏହି ଅଳ୍ପ ଦିନର ଅଧିବେଶନରେ ସାର ଅଭାବ, ଚାଷୀ ସମସ୍ୟା, ଆଇନ ଶୃଙ୍ଖଳା ପରିସ୍ଥିତି ପରି ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉଠାଇ ପାରନ୍ତି ବିରୋଧୀ।

Breaking News