ରିପୋର୍ଟ କାର୍ଡ / ଭୁବନେଶ୍ଵର
ଜୁନ୍ ୩୦ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏନେଇ ବିଭାଗୀୟ ସଚିବ ଓ ଜିଲାପାଳମାନଙ୍କୁ ସାଧାରଣ ପ୍ରଶାସନ ବିଭାଗ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ପକ୍ଷରୁ ଚିଠି ଜାରି କରାଯାଇଛି। ନୂଆ ସରକାର ହେଉଥିବାରୁ ବିଭିନ୍ନ ସ୍ତରରେ କାର୍ଯ୍ୟ କ୍ରମଚାଲିବ। ସେଥିପାଇଁ ୩୦ ତାରିଖ ପର୍ଯ୍ୟନ୍ତ କାହାରିକୁ ଛୁଟି ନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକାରୀଙ୍କୁ ହେଡକ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ ରହିଛି। ଏପରିକି ସରକାରୀ ଛୁଟି ଦିନରେ ମଧ୍ୟ ଅନୁପସ୍ଥିତ ନ ରହିବାକୁ କୁହାଯାଇଛି। କେବଳ ସ୍ୱାସ୍ଥ୍ୟ ସମସ୍ୟା ଥିଲେ ଛୁଟି ପାଇଁ ଅନୁମତି ମିଳିବ।
More Stories
ରାହୁଲଙ୍କ ସରକାରୀ ବାସଭବନ ପରିବର୍ତ୍ତନ…..
୨୫ତମ କାର୍ଗିଲ ବିଜୟ ଦିବସ: ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ…..
ଭୁବନେଶ୍ୱରରେ ଟ୍ରେନ ଲାଇନଚ୍ୟୁତ……