ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜେଲ୍ ଗଲେ ସାଉଥ୍ସୁପରଷ୍ଟାର ଅଲ୍ଲୁ ଅର୍ଜୁନ | ତାଙ୍କୁ ୧୪ ଦିନିଆ ପୋଲିସ ହେପାଜତ୍କୁ ପଠାଇଲେ କୋର୍ଟ। ଆଜି ଅଲ୍ଲୁ ଅର୍ଜୁନ ହାଇଦ୍ରାବାଦ ନାମପଲ୍ଲୀ କୋର୍ଟରେ ହାଜର ହୋଇଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର କରାଯାଇଥିଲା। ହାଇଦ୍ରାବାଦ୍ ସିନେମା ହଲ୍ରେ ଦଳାଚକଟା ମାମଲାରେ ଗିରଫ ହୋଇଛନ୍ତି ଅଭିନେତା ଅଲ୍ଲୁ । ଗିରଫଦାରୀ ପ୍ରତିବାଦରେ ଜରୁରୀ ଶୁଣାଣି ପାଇଁ ଅଲ୍ଲୁ ହାଇକୋର୍ଟରେ ଆବେଦନ କରିଛନ୍ତି । ଡିସେମ୍ବର ୪ରେ ହୋଇଥିବା ଦଳାଚକଟାରେ ଜଣେ ୩୫ ବର୍ଷିୟ ମହିଳାଙ୍କ ମୃତ୍ୟୁ ଘଟିବା ସହ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ଅଲ୍ଲୁ ଅର୍ଜୁନ ଏବଂ ଥିଏଟର ମ୍ୟାନେଜମେଣ୍ଟ ବିରୋଧରେ ମାମଲା ରୁଜୁ କରିଥିଲା ପୋଲିସ।






More Stories
ଗର୍ଭବତୀଙ୍କୁ ମିଳିବ ୫୦୦୦ ଟଙ୍କା…..
ଇରାନ ଉପରେ ଇସ୍ରାଏଲର ଆକ୍ରମଣ…..
ସମୀର ୱାଙ୍ଖେଡେଙ୍କୁ ବଡ ଝଟକା…..