ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟୋକିଓ ଅଲିମ୍ପିକ୍ସରେ ଭାରତର ମହିଳା ଗଲ୍ଫର ଅଦିତି ଅଶୋକ ପଦାକରୁ ବଂଚିତ ହୋଇଛନ୍ତି | ବ୍ରୋଞ୍ଜ ପଦକ ପାଇଁ ଅଦିତି ଗୋଟିଏ ବାର୍ଡି ଆବଶ୍ୟକ କରୁଥିଲେ, ମାତ୍ର ପ୍ରଥମ ଉଦ୍ୟମରେ ସେ ବିଫଳ ହୋଇଥିଲେ । ଆଦିତି ଗଲ୍ଫ ଇଭେଣ୍ଟରେ କମ୍ ବ୍ୟବଧାନରେ ପଦକ ରୁ ବଞ୍ଚିତ ହୋଇଛନ୍ତି। ଖରାପ ପାଗ ଯୋଗୁ ଚତୁର୍ଥ ରାଉଣ୍ଡରେ ତିନି-ଅଣ୍ଡର ୬୮ ସ୍କୋର ସହିତ ଚତୁର୍ଥ ସ୍ଥାନରେ ରହିଛନ୍ତି। ତେବେ ତାଙ୍କ ଉଦ୍ୟମକୁ ନେଇ ସମଗ୍ର ଦେଶ ଗର୍ବିତ। ପରାଜିତ ହୋଇ ମଧ୍ୟ ବେଙ୍ଗାଲୁରୁ ବାସିନ୍ଦା ୨୩ ବର୍ଷ ବୟସ୍କା ଆଦିତିଙ୍କୁ ନେଇ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଲ୍ଫର ଆଦିତିଙ୍କୁ ପ୍ରଶଂସା କରିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିବାରେ ସେ ବଞ୍ଚିତ ହୋଇ ମଧ୍ୟ ଏକ ଇତିହାସ ସୃଷ୍ଟି କରିଛନ୍ତି। ଆଦିତ୍ୟଙ୍କ ସାମଗ୍ରିକ ସ୍କୋର ୧୫-ଅଣ୍ଡର ୨୬୯ ରହିଥିବାବେଳେ ସେ ଦୁଇଟି ଷ୍ଟ୍ରୋକରୁ ବଞ୍ଚିତ ହୋଇଥିଲେ। ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ଆଦିତି ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରିଛନ୍ତି। ଆଦିତିଙ୍କ କୌଶଳ ଏବଂ ନିଷ୍ଠା ସ୍ବାଗତ ଯୋଗ୍ୟ। ଅଳ୍ପ ବ୍ୟବଧାନରେ ଏକ ପଦକରୁ ବଞ୍ଚିତ ହୋଇ ବି ସେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଭବିଷ୍ୟତ ପାଇଁ ପ୍ରଧାନମନ୍ତ୍ରୀ ଆଦିତିଙ୍କୁ ଶୁଭକାମନା ଜଣାଇଛନ୍ତି।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..