ରିପୋର୍ଟ କାର୍ଡ / ବଲାଙ୍ଗୀର
ଭିଜିଲାନ୍ସ ଜାଲରେ ପୁଣି ଜଣେ କୋଟିପତି କିରାଣୀ । ଶନିବାର ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକରେ ବରିଷ୍ଠ କିରାଣୀ ଭାବରେ କାମ କରୁଥିବା ରବୀନ୍ଦ୍ର ମହାନ୍ତିଙ୍କ ବାସ ଭବନରେ ଚଢ଼ାଉ କରିଛି ଭିଜିଲାନ୍ସ । ତାଙ୍କ ଘର ଉପରେ, ତୁଷୁରା ଡାହିମାଲ ଗାଁ ରେ ଥିବା ଘର, ବଲାଙ୍ଗୀର ସାଗରପଡା ରେ ଥିବା ଘର ତଥା ତୁଷୁରା ଏବଂ ପୁଇଁତଲା ରେ ବର୍ତମାନ ଭିଜିଲାନ୍ସ ବିଭାଗ ଚଢ଼ାଉ ଜାରି ରଖିଛି । ବେଆଇନ ଭାବରେ ବ୍ୟାପକ ସମ୍ପତି ଠୁଳ କରିଥିବା ଅଭିଯୋଗ ହୋଇ ଆସୁଥିଲା । ଯାହାକୁ ନେଇ ଆଜି ଭିଜିଲାନ୍ସ ବିଭାଗ ଆୟ ବହିର୍ଭୁତ ସମ୍ପତି ଠୁଳ ହୋଇଥିବା ଅଭିଯୋଗ ନେଇ ତଦନ୍ତ ଆରମ୍ଭ କରିଛି । ଏକକାଳୀନ ରବୀନ୍ଦ୍ର ମହାନ୍ତିଙ୍କ ୫ ଟି ଘର ସମେତ ସରକାରୀ କାର୍ଯ୍ୟାଳୟ ରେ ଚଢ଼ାଉ ଜାରି ରଖିଛି । ଚଢ଼ାଉ ସମୟରେ ସରକାରୀ ବାବୁଙ୍କ ପାଖରେ କୋଟିଏ ଟଙ୍କାରୁ ଉର୍ଧ୍ଵ ସମ୍ପତି ରହିଥିବା ସୂଚନା ରହିଛି ।
More Stories
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..
ସୃଷ୍ଟି ହେଲା ଯୋଡ଼ା ଲଘୁଚାପ: ପ୍ରବଳ ବର୍ଷୀବ,ଏହି ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି…..
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..