ରିପୋର୍ଟ କାର୍ଡ / କୋଲକାତା
କେଉଁ ସମୟରେ ଭାଗ୍ୟ ବଦଳିବ ତାହା କେହି କହିପାରିବେ ନାହିଁ | ଏମିତିବି ହୋଇ ପରେ ରାତାରାତି ଭାଗ୍ୟ ବଦଳି ଯାଇପାରେ । ଏଭଳି ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି ମା’ ଲକ୍ଷ୍ମୀ । ପଶ୍ଚିମବଙ୍ଗରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଭାଗ୍ୟ ରାତାରାତି ବଦଳିଯିବା ସହ ସେ କୋଟିପତି ହୋଇଯାଇଛନ୍ତି । ପୂର୍ବ ବର୍ଦ୍ଧମାନ ଜିଲ୍ଲା ବାସିନ୍ଦା ଶେଖ ହିରା ଦିନେ ସକାଳେ ଉଠି ୨୭୦ ଟଙ୍କା ମୂଲ୍ୟର ଲଟେରୀ ଟିକେଟ କିଣି ମଧ୍ୟାହ୍ନ ସୁଦ୍ଧା କୋଟିପତି ହୋଇଯାଇଛନ୍ତି । ମ୍ବୁଲାନ୍ସ ଡ୍ରାଇଭର ଶେଖ ହିରା ୧ କୋଟି ଟଙ୍କାର ଜ୍ୟାକପଟ୍ ଜିତିବା ପରେ ସମ୍ପୂର୍ଣ୍ଣ ଅଭିଭୂତ ହୋଇଯାଇଥିଲେ । ଟଙ୍କା ଜିତିବା ପରେ ବି ତାଙ୍କ ଆଖିକୁ ବିଶ୍ୱାସ ହେଉନଥିଲା । ଖୁସିରେ ଗଦଗଦ୍ ହୋଇ ସିଧାସଳଖ ପୋଲିସ୍ ଷ୍ଟେସନକୁ ଯାଇଥିଲେ । ମନରେ ଲଟେରୀ ଟିକେଟ୍ ହରାଇବାର ଭୟ ମଧ୍ୟ ଥିଲା । ଶେଷରେ ଶକ୍ତିଗର ପୋଲିସ ତାଙ୍କୁ ନିରାପଦରେ ଘରକୁ ନେଇଯାଇଥିଲା । ଗୋଟିଏ ଦିନରେ ଏତେ ଟଙ୍କା ଜିତିବା ପରେ ସୁରକ୍ଷା ଦୃଷ୍ଟିରୁ ତାଙ୍କ ଘରେ ଏକ ପୋଲିସ ଟିମ୍ ମୁତୟନ କରାଯାଇଛି । ଶେଖଙ୍କ ମା’ କର୍କଟ ରୋଗରେ ପୀଡ଼ିତ । ତାଙ୍କର ଚିକିତ୍ସା ପାଇଁ ତାଙ୍କୁ ବହୁତ ଟଙ୍କାର ଆବଶ୍ୟକ ଥିଲା । ବର୍ତ୍ତମାନ ହଠାତ୍ ଭାଗ୍ୟ ପରିବର୍ତ୍ତନ ପରେ ଆମ୍ବୁଲାନ୍ସ ଡ୍ରାଇଭର ଶେଖ ହିରା ମା’କୁ ଭଲ ହସ୍ପିଟାଲରେ ଦେଖାଇ ପାରିବେ ବୋଲି କହିଛନ୍ତି । ଘରେ ସବୁବେଳେ ଆର୍ଥିକ ସମସ୍ୟା ଲାଗି ରହୁଥିଲା । ମା’ ପାଇଁ ଚିକିତ୍ସା କରାଇବା ସମ୍ଭବପର ନଥିଲା । ଆଉ ସେଥିପାଇଁ ସେ ସବୁବେଳେ ଜ୍ୟାକପଟ ଜିତିବାର ସ୍ୱପ୍ନ ଦେଖିଥିଲେ ଏବଂ ଟିକେଟ୍ କିଣୁଥିଲେ । ଶେଷରେ ତାଙ୍କର ଭାଗ୍ୟ ତାଙ୍କର ସାଥ୍ ଦେଇଛି । ଆଜି ତାଙ୍କର ସ୍ୱପ୍ନ ପୂରଣ ହୋଇଛି ।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..