ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରରେ କରୋନା ସଂକ୍ରମଣ ହେଉ କି କରୋନାର ନୂଆ ପ୍ରଜାତି ଓମିକ୍ରନ ଭ୍ୟାରିଏଣ୍ଟ ର ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି | ଏବେ ପୁଣି ଗୁଜୁରାଟରୁ ଚତୁର୍ଥ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛି। ଭାରତରେ ଓମିକ୍ରନର ପ୍ରଥମ ଦୁଇଟି ମାମଲା ଚିହ୍ନଟ ହେବାର ଦୁଇଦିନ ପରେ ଗୁଜୁୁରାଟରେ ୩ୟ ମାମଲା ଚିହ୍ନଟ ହୋଇଥିଲା। ଗୁଜୁରାଟର ଜଣେ ୪୨ବର୍ଷ ବୟସ୍କ ବ୍ୟକ୍ତି କିଛି ଦିନ ତଳେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ବେଳେ କରୋନାଭାଇରସର ଓମିକ୍ରନ୍ ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ଭାରତରେ ୪୧ପହଞ୍ଚିଛି ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା। ଏହି ବ୍ୟକ୍ତି ଜଣକ ଡିସେମ୍ବର ୩ରେ ଦକ୍ଷିଣ ଆଫ୍ରିକାରୁ କେନିଆ ଏବଂ ଆବୁଧାବି ଦେଇ ଦିଲ୍ଲୀରେ ପହଞ୍ଚିବା ପରେ କରୋନା ପରୀକ୍ଷା କରାଇଥିଲେ। ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ଏକ ହସ୍ପିଟାଲରେ ସଙ୍ଗରୋଧରେ ରଖାଯାଇଥିଲା। ଡିସେମ୍ବର ୮ରେ ପୁଣି ଥରେ ପରୀକ୍ଷା କରାଯିବା ପରେ ସେ କରୋନା ପଜିଟିଭ ବୋଲି ଜଣାପଡ଼ିଥିଲା। ପରେ ତାଙ୍କ ନମୁନାକୁ ଜିନୋମ ସିକ୍ୟୁଏନସିଂ ପଠାଯିବା ପରେ ସେ ଓମିକ୍ରନ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।






More Stories
ସହି ପାରୁନାହାଁନ୍ତି ମୋଦି!TVKକୁ ସମର୍ଥନ କରିବା ନେଇ ଗର୍ଜିଲେ…..
ପୁଣି ହିମନ୍ତ ବିଶ୍ୱ ଶର୍ମା ହେବେ ମୁଖ୍ୟମନ୍ତ୍ରୀ…..
ପରବର୍ତ୍ତୀ ନୌସେନା ମୁଖ୍ୟ କୃଷ୍ଣ ସ୍ବାମୀନାଥନ…..