ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକର ଏକ ସ୍କୁଲ ଭିତରେ ଏହି ଗୁଳିକାଣ୍ଡ ଘଟିଛି। ଗୁଳିମାଡ଼ରେ ୭ ଜଣ ଙ୍କର ମୃତ୍ୟୁ ହୋଇଛି | ସୂଚନା ମୁତାବକ, ଆମେରିକା ସ୍ଥିତ ନ୍ୟାଶଭିଲ ଖ୍ରୀଷ୍ଟିଆନ ସ୍କୁଲରେ ଗୁଳିମାଡ଼ ହୋଇଛି। ଏହି ଗୁଳିକାଣ୍ଡରେ ୭ ଜଣଙ୍କ ମୃତ୍ୟୁ ହୋଇଛି। କୁହାଯାଉଛି କି ଆକ୍ରମଣକାରୀ ହେଉଛନ୍ତି ଜଣେ ଯୁବତୀ। ସନ୍ଦିଗ୍ଧ ଏକ ସାଇଡ କବାଟ ଦେଇ ପ୍ରବେଶ ଦ୍ୱାର ମାଧ୍ୟମରେ ସ୍କୁଲ ବିଲ୍ଡିଂ ଭିତରକୁ ପ୍ରବେଶ କରିଥିଲେ। ଗୁଳିକାଣ୍ଡ ସମ୍ପର୍କରେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସନ୍ଦିଗ୍ଧ ମହିଳାଙ୍କୁ ସ୍କୁଲର ଦ୍ୱିତୀୟ ମହଲାରେ ଘେରିଥିଲା। ତେବେ ପୁଲିସ ଉପରେ ଆକ୍ରମଣକାରୀ ଗୁଳିମାଡ଼ କରିଥିଲେ। ପୁଲିସ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା। ଶେଷରେ ପୁଲିସ ଗୁଳିରେ ସନ୍ଦିଗ୍ଓ ମହିଳା ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଏହି ଗୁଳିମାଡ଼ରେ ୩ ଛାତ୍ର ସମତେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ବିଦ୍ୟାଳୟରେ ଉପସ୍ଥିତ ଥିବା ଅନ୍ୟ ଛାତ୍ରମାନଙ୍କୁ ପୋଲିସର ସୁରକ୍ଷା ଅନ୍ତର୍ଗତ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା।






More Stories
୧୬ରେ ରାଜ୍ୟସଭା ନିର୍ବାଚନ…..
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..