Report Card Odisha

| Daily Odia News

ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ…..

The Prime Minister, Shri Narendra Modi meeting the Vice President of USA, Michael R. Pence, on the sidelines of East Asia Summit, in Singapore on November 14, 2018.

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଉଛନ୍ତି। ୨୪ ସେପ୍ଟେମ୍ବରରେ ୱାଶିଂଟନ୍‌ରେ କାଡ଼ ସମୁହର ନେତାଙ୍କ ସହିତ ଆୟୋଜିତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେବା ନେଇ ସୂଚନା ମିଳିଛି। ମୋଦୀଙ୍କ ବିଦେଶ ଗସ୍ତ ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ୨୪ ସେପ୍ଟେମ୍ବରରେ ଆମେରିକାର ୱାଶିଂଟନ୍ ଡିସିରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍, ଜାପାନର ପ୍ରଧାନମନ୍ତ୍ରୀ ୟୋଶେହିଦେ ସୁଗା ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ କ୍ୱାଡ ନେତାଙ୍କ ଶିଖର ସମ୍ମିନଳୀରେ ଯୋଗ ଦେବେ। ଏହି ସମୟରେ ଆଫଗାନିସ୍ତାନ ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବା ନେଇ ସୂଚନା ରହିଛି। କେମିତି ଓ କେଉଁ ପରିସ୍ଥିତିରେ ଆଫଗାନିସ୍ତାନରେ ତାଲିବାନୀମାନେ ଶାସନ କରୁଛନ୍ତି ଓ ଆତଙ୍କୀ କାର୍ଯ୍ୟଳୟରେ କେଉଁମାନେ ସାମିଲ ଅଛନ୍ତି ସେନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ହ୍ୱାଇଟ୍‌ ହାଉସ୍‌ରେ ମୋଦି-ବାଇଡ଼େନଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ।
ସୂଚନା ଯୋଗ୍ୟ- ଜୋ ବାଇଡ଼େନ୍‌ ରାଷ୍ଟ୍ରପତି ଭାବରେ ଶପଥ ନେବା ପରେ ମୋଦିଙ୍କ ଏହା ପ୍ରଥମ ଆମେରିକା ଗସ୍ତ। ଶେଷ ଥର ଲାଗି ପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ବର ୨୦୧୯ ରେ ଆମେରିକା ଯାତ୍ରା କରିଥିଲେ। ସେବେଠାରୁ ସେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ସହିତ ହୁଷ୍ଟନରେ ‘ହାଉଡି ମୋଦି’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Breaking News