ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକା ଟେକ୍ସାସରେ ଗତକାଲି ରାତିରେ ଘଟିଛି ହିଟ୍ ଆଣ୍ଡ ରନ୍ ମାମଲା। ଏକ ରେଞ୍ଜ ରୋଭର ଗାଡ଼ି ଦ୍ରୁତ ଗତିରେ ଆସି ବସ୍ ଷ୍ଟପ୍ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ମାଡ଼ି ଯିବାରୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ବ୍ରାଉନ୍ସବିଲ୍ ସହରର ଏକ ବସ୍ ଷ୍ଟପ୍ରେ ବହୁ ସଂଖ୍ୟାରେ ଲୋକେ ଛିଡ଼ା ହୋଇଥିଲେ। ଏହି ସମୟରେ ଆଖି ପିଛୁଳାକେ ଏକ ରେଞ୍ଜ ରୋଭର ଗାଡ଼ି ଆସି ବସ୍ ଷ୍ଟପରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ୭ ଜଣ ଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ୬ ଜଣଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉତ୍ତ୍ୟକ୍ତ ଲୋକ କାର୍ ଚାଳକଙ୍କୁ ଅଟକ ରଖିଥିବା ବେଳେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କାର୍ ଚାଳକଙ୍କୁ ଗିରଫ କରିଛି। ଏଥିସହ ସେ ନିଶାଗ୍ରସ୍ତ ଥିଲେ ନା ନାହିଁ ତାଙ୍କର ପରୀକ୍ଷା ଚାଲିଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..