Report Card Odisha

| Daily Odia News

ଆମେରିକା ଉପରେ ହୋଇପାରେ ଆକ୍ରମଣ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତା ୬ ମାସ ମଧ୍ୟରେ ଇସଲାମିକ୍ ଷ୍ଟେଟ୍ ଅଫ୍ ଖୋରାସନ୍‌ ଆମେରିକା ଉପରେ ଆକ୍ରମଣ କରିପାରେ | ଏନେଇ ପେଣ୍ଟାଗନ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି |ଏନେଇ ଆମେରିକାର ଗୁପ୍ତଚର ସମ୍ପ୍ରଦାୟ ଭୟ କରୁଛି | ପ୍ରତିରକ୍ଷା ସଚିବ କହିଛନ୍ତି ଯେ ଅଗଷ୍ଟ ମାସରେ ଆମେରିକା ଦୁଇ ଦଶନ୍ଧି ଧରି ଚାଲିଥିବା ଯୁଦ୍ଧ ଶେଷ କରିଥାଇପାରେ କିନ୍ତୁ ଆଗକୁ ଆମେରିକା ପ୍ରତି ଗମ୍ଭୀର ବିପଦ ରହିଛି। ଆଫଗାନିସ୍ତାନରେ ତାଲିବାନର ଶକ୍ତିକୁ ଇସଲାମିକ୍ ଷ୍ଟେଟ୍ ଚ୍ୟାଲେଞ୍ଜ କରିଛି। ତାଲିବାନ କାବୁଲକୁ ଦଖଲ କରିବା ପରଠାରୁ ଆଫଗାନିସ୍ତାନରେ ଇସଲାମିକ୍ ଷ୍ଟେଟ୍ ଅଫ୍ ଖୋରାସାନ୍ ଅନେକ ଆତଙ୍କବାଦୀ ଆକ୍ରମଣ କରିଛି। ଏହି ଆକ୍ରମଣରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ସେ କହିଛନ୍ତି ଯେ ଆମେରିକା ଆଫଗାନିସ୍ତାନ ଛାଡିବା ପରେ ତାଲିବାନକୁ ପ୍ରଭାବଶାଳୀ ଭାବରେ ମୁକାବିଲା କରିବାର କ୍ଷମତା ଇସଲାମିକ ଷ୍ଟେଟର କ୍ଷମତା ଅଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Breaking News