Report Card Odisha

| Daily Odia News

ଇରାନ ଉପରେ ବଡ଼ ନିଷ୍ପତ୍ତି ନେବ ଆମେରିକା ! ଜି-୭ ବୈଠକ ଅଧାରୁ ଚାଲିଗଲେ ଟ୍ରମ୍ପ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇରାନ ଉପରେ ବଡ଼ ନିଷ୍ପତ୍ତି ନେଇପାରେ ଆମେରିକା। ଇସ୍ରାଏଲ-ଇରାନ ଯୁଦ୍ଧ ଚାଲିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହଠାତ୍‌ ଜି-୭ ଶିଖର ସମ୍ମିଳନୀ ଅଧାରୁ ଫେରିଆସିଥିବାରୁ ଏଭଳି କିଛି ଆକଳନ କରାଯାଉଛି। ଇରାନ ପରମାଣୁ ଚୁକ୍ତି କରିବାକୁ ମନା କରିଦେବା ପରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କରିଦେଇଛି। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ତୀବ୍ର ହେବାରେ ଲାଗିଥିବାବେଳେ ଟ୍ରମ୍ପ ହଠାତ୍ ବୈଠକରୁ ଚାଲିଆସିବା ଏବଂ ଲୋକଙ୍କୁ ତେହରାନ ଛାଡ଼ି ଚାଲିଯିବାକୁ ପରାମର୍ଶ ଦେବା, ଅନେକ ଦିଗକୁ ଇଙ୍ଗିତ କରୁଛି। ଇସ୍ରାଏଲ ଯୁଦ୍ଧରେ ଆମେରିକାର ସହଯୋଗ ଲୋଡ଼ିଥିବାବେଳେ ଆମେରିକା ପକ୍ଷରୁ ଏକ ଯୁଦ୍ଧ ଜାହାଜ ମଧ୍ୟପ୍ରାଚ୍ୟକୁ ପଠାଯାଇଛି। ତେଣୁ ଯୁଦ୍ଧରେ ଆମେରିକା ସାମିଲ ହେବାର ସମ୍ଭାବନା ରହିଥିବା କୁହାଯାଉଛି।ହ୍ବାଇଟହାଉସ ମୁଖପାତ୍ର କାରୋଲିନ ଲିଭିଟ କହିଛନ୍ତି, ଟ୍ରମ୍ପ ସମ୍ମିଳନୀରେ ୨୪ ଘଣ୍ଟାରୁ କମ ସମୟ ରହିଛନ୍ତି। ସମ୍ମିଳନୀରେ ବହୁ କାମ ସମ୍ପନ୍ନ ହୋଇଛି। କିନ୍ତୁ ମଧ୍ୟପ୍ରାଚ୍ୟର ସ୍ଥିତି ଗମ୍ଭୀର ଯୋଗୁ ଟ୍ରମ୍ପଙ୍କୁ ତୁରନ୍ତ ଯିବାକୁ ପଡୁଛି। ଅନ୍ୟପଟେ ଟ୍ରମ୍ପ ଫେରିବା ପରେ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ନେଇ ଏକ ବୈଠକ ଡକାଇଛନ୍ତି। ତା’ ସହିତ ସମସ୍ତେ ତୁରନ୍ତ ତେହରାନ ଛାଡ଼ି ଅନ୍ୟତ୍ର ଚାଲିଯିବା ଉଚିତ ବୋଲି ସେ କହିଛନ୍ତି। ଟ୍ରମ୍ପ କହିଛନ୍ତି, ଇରାନ ଚୁକ୍ତି ସ୍ଵାକ୍ଷର କରିବା ଉଚିତ ଥିଲା। ମୁଁ ଚୁକ୍ତି କରିବାକୁ କହିଥିଲି। ଇରାନ ଲଜ୍ଜାଜନକ କାର୍ଯ୍ୟ କରିଛି ଏବଂ ଏହା ଯୋଗୁ ଲୋକଙ୍କ ଜୀବନ ନଷ୍ଟ ହୋଇଛି। ଇରାନ କେବେ ବି ପରମାଣୁ ଅସ୍ତ୍ର ରଖିପାରିବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି।

Breaking News