ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନାର ନୂଆ ଓମିକ୍ରନ ଭ୍ୟାରିଏଣ୍ଟ କାୟାବିସ୍ତାର କରିଛି | ଆମେରିକାରେ ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ରେକର୍ଡ ଭାଙ୍ଗିଥିବା ସୂଚନା ମିଳିଛି । ଗୋଟିଏ ଦିନରେ ମୋଟ ୫ଲକ୍ଷ ୮୦ ହଜାର କରୋନା ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ପିଲାମାନେ କରୋନାରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି । ଡିସେମ୍ବର ୨୨ରୁ ୨୮ ମଧ୍ୟରେ, ୧୭ ବର୍ଷରୁ କମ୍ ପ୍ରାୟ ୩୭୮ ପିଲା କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଯାହା ବର୍ତ୍ତମାନ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ପୂର୍ବ ସପ୍ତାହ ତୁଳନାରେ ୬୬% ବୃଦ୍ଧି ପାଇଛି ବୋଲି ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର ରିପୋର୍ଟ କରିଛି। ଓମିକ୍ରନକୁ ନେଇ ମଧ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଥିଲେ ।






More Stories
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..
ଭୟଙ୍କର ବିମାନ ଦୁର୍ଘଟଣା,୨୯ ମୃତ…..