ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବଲିଉଡ୍ ମେଗାଷ୍ଟାର୍ ବିଗ୍ ବି ଅମିତାଭ ବଚ୍ଚନଙ୍କ ନାମ, ଫଟୋ ଓ କଣ୍ଠସ୍ବର କୁ ବ୍ୟବହାର କରିପାରିବେ ନାହିଁ | ବେଆଇନ ବ୍ୟବହାର ରୋକିବା ଲାଗି ଆଜି ଦିଲ୍ଲୀ ହାଇକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରି କରିଛନ୍ତି। ଏଥିପାଇଁ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ।ଭବିଷ୍ୟତରେ ବିନା ଅନୁମତିରେ ତାଙ୍କର ଫଟୋ, କଣ୍ଠସ୍ୱରକୁ କେହି ବ୍ୟବହାର କରିପାରିବେ ନାହିଁ ବୋଲି ଆଜି ହାଇକୋର୍ଟ ରାୟ ଶୁଣାଇଛନ୍ତି । ଅମିତାଭଙ୍କ ସମସ୍ତ ବ୍ୟକ୍ତିଗତ ପ୍ରତୀକକୁ ହଟାଇବା ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ କୋର୍ଟ ଅମିତାଭଙ୍କ ନାମ ଓ ସ୍ୱରର ଅବୈଧ ଉପଯୋଗ କର୍ତ୍ତାଙ୍କ ଫୋନ ନମ୍ବର ବିବରଣୀ ମାଗିଛନ୍ତି । ଦେଶର ସମସ୍ତ ଟେଲିକମ ଅପରେଟରଙ୍କ ପାଇଁ କୋର୍ଟ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଆଜିକାଲି ଅନଲାଇନ୍ ଲଟେରୀ ଓ ଟି-ଶାର୍ଟ ପରି ସାମଗ୍ରୀରେ ବିନା ଅନୁମତିରେ ଅମିତାଭଙ୍କ ଫଟୋ ଲଗାଯିବା ସହିତ ଅନ୍ୟତ୍ର ତାଙ୍କର ସ୍ୱରକୁ ମଧ୍ୟ ବ୍ୟବହାର କରାଯାଉଛି । ଏପରି ଅନେକ ୱେବସାଇଟର ଡୋମେନ ମଧ୍ୟ ଅମିତାଭଙ୍କ ନାମରେ ପଞ୍ଜିକୃତ ହୋଇଛି । ଅମିତାଭଙ୍କ ଛବିକୁ ଖରାପ କରିବା ଉଦ୍ଦେଶ୍ୟରେ ଜାରି ରହିଥିବା ଏପରି ଗତିବିଧି ଉପରେ ରୋକ ଲାଗିବା ଜରୁରୀ ବୋଲି ତାଙ୍କର ଓକିଲ କହିଛନ୍ତି ।






More Stories
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……
ଅଭିଜିତ୍ ମଜୁମଦାରଙ୍କ ପରଲୋକ…..