ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଷ୍ଟ୍ରପତି ଭବନରେ ଅବସ୍ଥିତ ପ୍ରସିଦ୍ଧ ଅମୃତ ଉଦ୍ୟାନ ବର୍ଷକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଅଗଷ୍ଟ ୧୬ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅମୃତ ଉଦ୍ୟାନ ଚଳିତ ବର୍ଷ ଜାନୁୟାରୀ ୨୯ ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଉଦୟନ ଉଦ୍ୟାନ ଉତ୍ସବ-୧ ଅଧୀନରେ ଖୋଲା ଯାଇଥିଲା। ଏହି ସମୟରେ ୧୦ ଲକ୍ଷରୁ ଅଧିକ ଲୋକ ଅମୃତ ଉଦ୍ୟାନ ପରୀଦର୍ଶନ କରିଥିଲେ। ଉଦ୍ୟାନ ଉତ୍ସବ-୧ ଅଧୀନରେ ଅମୃତ ଉଦ୍ୟାନ ଅଗଷ୍ଟ ୧୬, ୨୦୨୩ ରୁ ଏକ ମାସ ପାଇଁ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ, କିନ୍ତୁ ପ୍ରତ୍ୟେକ ସୋମବାର ଏହା ବନ୍ଦ ରହିବ। ୫ ସେପ୍ଟେମ୍ବରରେ ଶିକ୍ଷକ ଦିବସ ଅବସରରେ ସ୍ବତନ୍ତ୍ର ଭାବେ ଶିକ୍ଷକମାନଙ୍କ ପାଇଁ ଅମୃତ ଉଦ୍ୟାନ ଖୋଲା ରହିବ। ପର୍ଯ୍ୟଟକମାନେ ସକାଳ ୧୦ ଟାରୁ ୫ ଟା ପର୍ଯ୍ୟନ୍ତ ଉଦ୍ୟାନ ପରିଦର୍ଶନ କରିପାରିବେ। ଶେଷ ପ୍ରବେଶ ଅପରାହ୍ନ ୪ଟାରେ ହେବ।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….