ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ପେଟ୍ରୋଲ-ଡିଜେଲ, ଖାଇବା ତେଲ, ଡାଲିର ଦର ବୃଦ୍ଧି ହେତୁ ସାଧାରଣ ଲୋକଙ୍କୁ ଝଟକା ଲାଗିଛି । କ୍ଷୀର କମ୍ପାନୀ ମଧ୍ୟ ମୂଲ୍ୟ ବୃଦ୍ଧି କରିଛି । ଅମୁଲ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ହୋଇଛି। ନୂଆ ଦାମ ଆସନ୍ତାକାଲି ଠାରୁ ଅର୍ଥାତ ଜୁଲାଇ ୧ ତାରିଖରୁ ଲାଗୁ ହେବ ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ, ନୂଆ ଦର ଦିଲ୍ଲୀ, ଗୁଜରାଟ, ପଞ୍ଜାବ ସମେତ ଅନେକ ରାଜ୍ୟରେ ଲାଗୁ ହେବ। କମ୍ପାନୀ ନିଜର ସବୁ ବ୍ରାଣ୍ଡରେ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି। ନୂଆ ଦାମ ଅନୁଯାୟୀ ବର୍ତ୍ତମାନ ଅମୁଲ କ୍ଷୀର ୫୮ ଟଙ୍କାରେ ମିଳିବ। ଅମୁଲ କମ୍ପାନୀ କ୍ଷୀର ଦାମ ବୃଦ୍ଧି କରିବା ପରେ ଅନ୍ୟ କ୍ଷୀର ବ୍ୟବସାୟୀ ମଧ୍ୟ କ୍ଷୀର ଦାମ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ କ୍ଷୀର ଉତ୍ପାଦକ ସଂଘ ଦ୍ୱାରା ଡାଏରୀ ସଞ୍ଚାଳକଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଦେଇଛନ୍ତି ।
More Stories
ଜମ୍ମୁ-କାଶ୍ମୀରରେଏକାଧିକ ସ୍ଥାନରେ ଏନଆଇଏର ଚଢାଉ…..
ଦିଲ୍ଲୀ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ଆପ୍……
ଅଦାନୀ ଗ୍ରୁପ :ସୌର ପ୍ରକଳ୍ପ ପାଇଁ ଲାଞ୍ଚ ଦେଇଥିବା ଅଭିଯୋଗ, ଖଣ୍ଡନ କଲା ଗ୍ରୁପ୍…..