ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆନନ୍ଦ ମହିନ୍ଦ୍ରା ପୂର୍ବରୁ ଟ୍ବିଟରରେ ତାଙ୍କର ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରୋଜେକ୍ଟ ବିଷୟରେ ଜନସାଧାରଣଙ୍କୁ ସୂଚନା ଦେଇଛନ୍ତି। ଏବେ ସେ ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ର ବିଶେଷ କରି ଡାକ୍ତରୀ ଛାତ୍ରମାନଙ୍କ ଅବସ୍ଥା ଜାଣି ଏକ ବଡ଼ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆନନ୍ଦ ମହିନ୍ଦ୍ରା ଟ୍ବିଟ୍ କରି କହିଛନ୍ତି, ଭାରତରେ ମେଡିକାଲ କଲେଜର ଏତେ ଅଭାବ ଅଛି ବୋଲି ସେ ଜାଣି ନଥିଲେ। ସେ ତାଙ୍କ କମ୍ପାନୀ ଟେକ୍ ମହିନ୍ଦ୍ରାର ପରିଚାଳନା ନିର୍ଦେଶକ ତଥା ସିଇଓ ସି.ପି. ଗୁରନାନୀଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି ଯେ, ‘‘ଆମେ ମହିନ୍ଦ୍ରା ବିଶ୍ୱବିଦ୍ୟାଳୟରେ ଏକ ମେଡିକାଲ ଇନଷ୍ଟିଚ୍ୟୁଟ୍ ପ୍ରତିଷ୍ଠା କରିବାକୁ ଚିନ୍ତା କରିପାରିବା କି’’? ଆନନ୍ଦ ମହିନ୍ଦ୍ରାଙ୍କ ଏହି ଟ୍ବିଟ୍ ପରେ ଅନେକ ୟୁଜର୍ ତାଙ୍କ କହିଥିଲେ ଯେ, ଭାରତର ବହୁ ସଂଖ୍ୟକ ପିଲା କେବଳ ସିଟ୍ ଅଭାବରୁ ଡାକ୍ତରୀ ପଢିବା ପାଇଁ ୟୁକ୍ରେନକୁ ଯାଆନ୍ତି ନାହିଁ। ବରଂ ଭାରତରେ ଡାକ୍ତରୀ ଶିକ୍ଷାର ମୂଲ୍ୟ ମଧ୍ୟ ଏକ ବଡ଼ କାରଣ। ଏନେଇ ପି. ବାମଶିଧର ରେଡ୍ଡୀ ନାମକ ଜଣେ ୟୁଜର ଆନନ୍ଦ ମହିନ୍ଦ୍ରାଙ୍କୁ ଅନୁରୋଧ କରିଛନ୍ତି ଯେ, ଆପଣଙ୍କ ଅନୁଷ୍ଠାନରେ ଏଥିପ୍ରତି ଧ୍ୟାନ ଦେବେ ଯେ ଏହାର ଦେୟ ଯେପରି ଅନ୍ୟ ଅନୁଷ୍ଠାନ ପରି କୋଟି କୋଟି ଟଙ୍କାର ନହେବ। ଏହାର ଉତ୍ତରରେ ଆନନ୍ଦ ମହିନ୍ଦ୍ରା କହିଛନ୍ତି ଯେ, ସେ ଏଥିପ୍ରତି ଧ୍ୟାନ ଦେବେ।






More Stories
୨୩ ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର…..
ନୀତୀଶ ହେବେ ଉପ-ପ୍ରଧାନମନ୍ତ୍ରୀ !…..
ଦିଲ୍ଲୀରେ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…..