ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆନ୍ଧ୍ରପ୍ରଦେଶର ଏନଟିଆର ଜିଲ୍ଲାର ଏକ ଚେକପୋଷ୍ଟରେ ବିପୁଳ ପରିମାଣର ଅର୍ଥ ଜବତ ହୋଇଛି। ଚେକପୋଷ୍ଟ୍ରେ ଏକ ଟ୍ରକରୁ ପ୍ରାୟ ୮ କୋଟି ଟଙ୍କା ଜବତ କରାଯାଇଥିବା ପୋଲିସ ସୂଚନା ଦେଇଛି। ମିଳିଥିବା ତଥ୍ୟନୁଯାୟୀ, ଟଙ୍କାଗୁଡ଼ିକ ଏପର୍ଯ୍ୟନ୍ତ ଗଣାହୋଇନଥିବା ବେଳେ ଜବତ ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି। ସକାଳୁ ଗାରିକାପଡୁ ଚେକପୋଷ୍ଟରେ ଏହିତଙ୍କ ଜବତ ହୋଇଛି । ନିର୍ବାଚନ ଚାଲିଥିବା ବେଳେ ଏପରି ପୁଳା ପୁଳା ଟଙ୍କା ଜବତ ହୋଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନା ରହିଛି ଯେ ଏକ ପାଇପ୍ ବୋଝେଇ ଲରି କ୍ୟାବିନରୁ ଟଙ୍କା ଜବତ କରିଛି ପୋଲିସ । ଏହି ଟଙ୍କାକୁ ଗୋପନ ଭାବେ ଲୁଚାଇକି ନିଆ ଯାଉଥିଲା। ଏହି ଟଙ୍କା ହାଇଦ୍ରାବାଦରୁ ଗୁଣ୍ଟୁର ଯାଉଥିବା ବାଟରେ ପୋଲିସ ହାବୁଡ଼ରେ ପଡ଼ିଯାଇଛି। ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି। ସୂଚନା ଅନୁସାରେ ଜବତ ହୋଇଥିବା ଟଙ୍କା ପ୍ରଥମେ ଜିଲ୍ଲା ତଦନ୍ତକାରୀ ଟିମକୁ ହସ୍ତାନ୍ତର କରାଯିବ। ପରେ ନିର୍ବାଚନ ଅଧିକାରୀ ଏହି ଘଟଣାରେ ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ |






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..