ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଶାଖାପାଟଣା ହେବ ଆନ୍ଧ୍ରପ୍ରଦେଶର ରାଜଧାନୀ। ନିର୍ବାଚନ ସମୟରେ ଆନ୍ଧ୍ରପ୍ରଦେଶରେ ୩ଟି ରାଜଧାନୀ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଆନ୍ଧ୍ରପଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀ। କ୍ଷମତାକୁ ଆସବା ପରେ ନିଜ ପ୍ରତିଶ୍ରୁତି ରକ୍ଷା କରିବେ ବୋଲି ଜଗନମୋହନ ରେଡ୍ଡୀ କହିଥିଲେ। ଜଗନମୋହନ ରେଡ୍ଡୀ ସରକାର ରାଜ୍ୟରେ କ୍ଷମତାକୁ ଆସିବା ପରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, କୁର୍ଣ୍ଣଲ ଓ ଅମରାବତୀଠାରେ ରାଜଧାନୀ ନିର୍ମାଣ ପାଇଁ ଯୋଜାନା କରିଥିଲେ। କିନ୍ତୁ ଅମରାବତୀ ଅଞ୍ଚଳ ବାସିନ୍ଧା ଏହାକୁ ବିରୋଧ କରି ଧାରଣାରେ ବସିଥିଲେ। କେବଳ ଏତିକି ନୁହେଁ ଏହି ନିଷ୍ପତ୍ତି ବିରୋଧରେ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ଅନେକ ଶ୍ରମିକ ସଂଘ। ତିନିଟି ରାଜଧାନୀ ନିର୍ମାଣ ମାମଲା ଉପରେ ନିଷ୍ପତ୍ତିକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ନ୍ୟାୟାଳୟ ସ୍ଥଗିତ ରଖିଛନ୍ତି। ନ୍ୟାୟାଳୟରେ ମାମଲା ରହିଥିବାବେଳେ ତେଲୁଗୁମାନଙ୍କ ନୂଆବର୍ଷ ‘ଉଗାଧି’ ଦିନ ବିଶାଖାପାଟଣାକୁ ନୂତନ ରାଜଧାନୀ ରୂପେ ଘୋଷଣା କରି ରାଜ୍ୟବାସୀଙ୍କୁ ଭେଟି ଦେବାକୁ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଯୋଜନା କରିଥିବା ସୂଚନା ମିଳିଛି। ପ୍ରାଥମିକ ସ୍ତରରେ ବିଶାଖାପାଟଣାକୁ ରାଜଧାନୀ ଘୋଷଣା କରିବା ପରେ ଅନ୍ୟ ରାଜଧାନୀ ସମ୍ପର୍କରେ ଆଲୋଚନା କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ତେଲୁଗୁ ସିନେମା ଉଦ୍ୟୋଗର ପ୍ରତିନିଧିମାନଙ୍କ ସହ ଆଲଚନା କରି ଖୁବ ଶୀଘ୍ର ବିଶାଖାପାଟଣାକୁ ଆନ୍ଧ୍ରପ୍ରଦେଶ ରାଜଧାନୀ ଭାବେ ଘୋଷଣା କରାଯାଇପାରେ ବୋଲି କହିଥିଲେ। ଆସନ୍ତା ଏପ୍ରିଲ ୨ ତାରିଖ ତେଲୁଗୁ ସମ୍ପ୍ରଦାୟଙ୍କ ନୂଆ ବର୍ଷ। ଏହି ଦିନ ରାଜ୍ୟବାସୀଙ୍କୁ ଭେଟି ଦେବାକୁ ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ। ସମଗ୍ର ଉତ୍ତର ଆନ୍ଧ୍ରବାସୀ ନୂଆ ରାଜଧାନୀକୁ ନେଇ ଖୁସି ମନାଉ ଥିବାବେଳେ ଏଠାରେ ନୂଆ ରାଜଧାନୀ ହେଲେ ବିଶାଖାପାଟଣା ଭଳି ଶାନ୍ତିପୂର୍ଣ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଟ୍ରାଫିକ ସମସ୍ୟା ଉପୁଜିବା ନେଇ ବୁଦ୍ଧିଜୀବୀମାନେ ଆଶଙ୍କା ପ୍ରକାଶ କରିଛନ୍ତି।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..