ରିପୋର୍ଟ କାର୍ଡ / ଗଂଜାମ
ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ସ୍ଥିତ ଓୟୋ ହୋଟେଲ ରୁମରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ତାଙ୍କ ପ୍ରେମିକଙ୍କୁ ଅଟକ ରଖି ପଚରାଉଚରା କରୁଛି। ମୃତ ଯୁବତୀ ଜଣଙ୍କ ଜଣେ ଅଙ୍ଗନବାଡ଼ି କର୍ମୀ ବୋଲି ଜଣାପଡିଛି । ତାଙ୍କ ଘର ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅଞ୍ଚଳରେ। ମିଳିଥିବା ସୂଚନା ଅନୁସାରେ- ଗତକାଲି ସନ୍ଧ୍ୟାରେ ସେ ତାଙ୍କ ପ୍ରେମିକ ସଙ୍କେତ ସେନାପତିଙ୍କ ସହ ଭୁବନେଶ୍ୱରରୁ ଆସି ହଳଦିଆପଦର ସ୍ଥିତ ଓୟୋ ହୋଟେଲ୍ରେ ରହିଥିଲେ। ସେଠାରେ ସେ ଅସୁସ୍ଥ ହୋଇପଡ଼ିଥିଲେ ବୋଲି ତାଙ୍କ ପ୍ରେମିକ କହିଛନ୍ତି। ରାତି ପ୍ରାୟ ସାଢ଼େ ୧୦ଟାରେ ସଙ୍କେତ ତାଙ୍କ ପ୍ରେମିକାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ସଙ୍କେତ ତାଙ୍କ ପ୍ରେମିକାଙ୍କ ମା’ଙ୍କୁ ଫୋନ୍ କରିଥିଲେ। ତେବେ ପ୍ରେମିକାଙ୍କ ମୃତ୍ୟୁ ହୋଇଯାଇଛି ବୋଲି ସେ କହି ନଥିଲେ। କେବଳ ଦେହ ଭଲ ନଥିବା କହିଥିଲେ। ଯୁବତୀଙ୍କ ପରିବାର ଲୋକେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କର ମୃତ୍ୟୁ ହୋଇସାରିଥିବା ଜାଣିବାକୁ ପାଇଥିଲେ। ସଙ୍କେତ ଝିଅକୁ ବ୍ରହ୍ମପୁର ଆଣି ଦୁଷ୍କର୍ମ କରି ହତ୍ୟା କରିଥିବା ନେଇ ମୃତ ଯୁବତୀଙ୍କ ପରିବାର ଲୋକେ ଗୋଳନ୍ଥରା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ସଙ୍କେତଙ୍କୁ ଅଟକ ରଖି ପଚରାଉଚରା କରୁଛି।





More Stories
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…..
ଆଜି ମନ୍ତ୍ରୀ ପରିଷଦ ବୈଠକ…..
ଓଏଏସ୍ ଅଧିକାରୀଙ୍କ ବଦଳି……