ରିପୋର୍ଟ କାର୍ଡ / ଅନୁଗୁଳ
ଅନୁଗୁଳ ସଦର ଥାନା ଆମ୍ବପାଳ ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। କୁକୁଡ଼ା ଫାର୍ମରେ ଶୋଇଥିବା ବେଳେ ଗାଁ ସଭାପତିଙ୍କୁ ବିଷ ଇଞ୍ଜେକ୍ସନ୍ ଦେଇ ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି। ଦୁର୍ବୃତ୍ତ ମାନେ ଏକ ଚିଠି ଛାଡ଼ିଦେଇ ଯାଇଛନ୍ତି। ଯେଉଁଥିରେ ଲେଖା ହୋଇଛି , ‘ସଭାପତି ମହୋଦୟ, ଗାଁ ପାଇଁ ସହିଦ ହୋଇଯାଅ’ । ଏହିଭଳି ଏକ ଘଟଣା ପରେ ସମ୍ପୃକ୍ତ ଅଞ୍ଚଳବାସୀ ସ୍ଥଵଦ ହୋଇଯାଇଛନ୍ତି। ହତ୍ୟାକାଣ୍ଡର ଶିକାର ହୋଇଥିବା ଗାଁ ସଭାପତି ହେଲେ, ୫୮ ବର୍ଷୀୟ ବାଳକୃଷ୍ଣ ନାୟକ । ବାଳକୃଷ୍ଣ ଆମ୍ବପାଳ ଗାଁର ସଭାପତି ଦାୟିତ୍ବ ତୁଲାଉଥିଲେ। ସବୁଦିନ ପରି ଗତକାଲି ରାତିରେ ଖାଇପିଇ ସାରି ଘର ନିକଟସ୍ଥ ତାଙ୍କର ଏକ କୁକୁଡ଼ା ଫାର୍ମକୁ ଶୋଇବାକୁ ଯାଇଥିଲେ। ବିଳମ୍ବିତ ରାତିରେ ହଠାତ୍ ଟଳମଳ ଅବସ୍ଥାରେ ସେ ଆସି ଘରେ ପହଞ୍ଚିଥିଲେ। ଅସୁସ୍ଥ ଅବସ୍ଥାରେ କହିଥିଲେ, କିଛି ମୁଖାପିନ୍ଧା ଯୁବକ କୁକୁଡ଼ା ଫାର୍ମକୁ ଆସି ମାଡ଼ ମାରିଛନ୍ତି। ଦୁଇଟା ଇଞ୍ଜେକ୍ସନ୍ ଦେବାସହିତ କିଛି ପିଆଇ ଦେଇଛନ୍ତି। ଏହା କହିସାରିବା ପରେ ହଠାତ୍ ଅଚେତ ହୋଇପଡ଼ିଥିଲେ ବାଳକୃଷ୍ଣ। ପରିବାର ଲୋକେ ତୁରନ୍ତ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। କଟକ ନେବାବାଟରେ ହିଁ ବାଳକୃଷ୍ଣଙ୍କର ମୃତ୍ୟୁ ହୋଇଛି। ଏନେଇ ମୃତ ବାଳକୃଷ୍ଣଙ୍କ ପୁଅ ଅନୁଗୁଳ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ବାପାଙ୍କୁ ହତ୍ୟା କରାଯାଇଛି ବୋଲି ସେ ଏତଲାରେ ଦର୍ଶାଇଛନ୍ତି। ଏତଲା କ୍ରମେ ପୁଲିସ ସାଇଣ୍ଟିଫିକ୍ ଟିମ୍ ନେଇ ଘଟଣାସ୍ଥଳରେ ଛାନ୍ଭିନ୍ କରିଛି।






More Stories
ବିରୋଧୀଙ୍କ ମୌନ ପ୍ରତିବାଦ……
ବରଗଡ ଧନୁଯାତ୍ରା ପାଇଁ ୧ କୋଟି…..
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..