Report Card Odisha

| Daily Odia News

ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର…..

ରିପୋର୍ଟ କାର୍ଡ / ଅନୁଗୁଳ

ଜରପଡ଼ା ଥାନା ଜେରେଙ୍ଗ ଦେହୁରୀ ସାହି ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଭୂତି ଭୂଷଣ ଗଡ଼ନାୟକଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର ହୋଇଛି। ନିଜ ବାସଭବନ ତଳୁ ଏହା ଉଦ୍ଧାର କରାଯାଇଛି। ତାଙ୍କର ମୁଣ୍ଡ ଓ ଗୋଡ଼ରେ ଖଣ୍ଡିଆଖାବରା ଦାଗ ରହିଛି। ସେ ଗତକାଲି ରାତିରେ ଛାତ ଉପରେ ଶୋଇଥିଲେ। ଛାତରୁ ଖସି ପଡ଼ି ମୃତ୍ୟୁ ହେବା କିମ୍ବା ହତ୍ୟା ସନ୍ଦେହ କରାଯାଉଛି। ପୋଲିସ ପହଞ୍ଚି ଏହି ଘଟଣା ତଦନ୍ତ ଚଳାଇଛି।ବିଭୂତି ଭୂଷଣ ଗଡ଼ନାୟକ ବିଜେଡି ନେତା ଥିଲେ। ଗତକାଲି ଶନିବାର ଦିନ ନିଜର ଦଳୀୟ କର୍ମୀମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ବି ହୋଇଥିଲା। ଏହି ଘଟଣାକୁ ନେଇ ହତ୍ୟା କରାଯାଇଥିବା ନେଇ ସ‌ନ୍ଦେହ କରାଯାଉଛି।

Breaking News