ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ ସରକାରଙ୍କ ପକ୍ଷରୁ ୨୦୧୮ ପାଇଁ ପ୍ରଧାନମନ୍ତ୍ରୀ ଶ୍ରମ ପୁରସ୍କାର ଘୋଷଣା କରିଛନ୍ତି।ଏହି ପୁରସ୍କାର ପାଇବା ପାଇଁ ସମୁଦାୟ ୬୯ ଜଣ ବ୍ୟକ୍ତି ବିବେଚିତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ, ପବ୍ଲିକ୍ କମ୍ପାନୀ ଏବଂ ରାଜ୍ୟ ସରକାର ଓ ବେସରକାରୀ ଅନୁଷ୍ଠାନରେ କାମ କରୁଥିବା ୫୦୦ ବ୍ୟକ୍ତିଙ୍କ ନାମକୁ ସୁପାରିଶ୍ କରାଯାଇଥିଲା । ସେମାନଙ୍କର ଦକ୍ଷତା, କାର୍ଯ୍ୟ ଶୈଳୀକୁ ବିଚାରକୁ ନିଆଯାଇ ଏହି ତଥ୍ୟ ପ୍ରକାଶ କରାଯାଇଛି ।ଶ୍ରମବୀର ପାଇଁ ୧୨ ଜଣ ଏବଂ ଶ୍ରମ ଶ୍ରୀ ପାଇଁ ୧୭ ଜଣଙ୍କୁ ଏହି ପୁରସ୍କାର ମିଳିବ । ସମୁଦାୟ ୩୩ ଜଣ ଆୱାର୍ଡ ପାଉଥିବା ବେଳେ ବଳକା ଟିମ୍ ବା ଅନୁଷ୍ଠାନରେ କାମ କରୁଥିବା ଜଣେରୁ ଅଧିକ ବ୍ୟକ୍ତିଙ୍କୁ ମିଳିବ ବୋଲି ଜଣାପଡ଼ିଛି । ଓଡ଼ିଶାରୁ ମୋଟ ୧୫ ଜଣଙ୍କ ନାମ ସୁପାରିସ ହୋଇଥିବା ବେଳେ ସେଥିରୁ ୬ ଜଣଙ୍କୁ ଶ୍ରମ ଭୂଷଣ ପୁରସ୍କାର ପାଇଁ ଚୟନ କରାଯାଇଛି।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……