ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ କମ୍ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ କୁହାଯାଇଛି । ରାଜ୍ୟର ସବୁ ଅଞ୍ଚଳରେ ପାଗ ମେଘୁଆ ରହିବ କିନ୍ତୁ ମୌସୁମୀ ସକ୍ରିୟ ରହିବ ନାହିଁ । ଅନ୍ୟପକ୍ଷରେ ଆସନ୍ତା ମାସ ଦ୍ୱିତୀୟ ସପ୍ତାହରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ମୌସୁମୀ ସକ୍ରିୟ ହେବ ବୋଲି ଅନୁମାନ କରାଯାଉଛି । ତେବେ ରାଜ୍ୟରେ ଚଳିତବର୍ଷ ମୌସୁମୀ ପ୍ରବାହ ଏବଂ ବର୍ଷା ବିଗତ ବର୍ଷଠାରୁ ବିଳମ୍ବ ଥିଲେ ମଧ୍ୟ ଚଳିତମାସରେ ବର୍ଷାର ପରିମାଣ ସ୍ୱାଭାବିକ ଠାରୁ କେତେକ ଜାଗାରେ ଅଧିକ ଆଉ କେତେକ ସ୍ଥାନରେ କମ୍ ବର୍ଷା ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମିଳିଛି |






More Stories
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
୨୩ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା…..
ଗ୍ୟାସ୍ କିଣିପାରିବେ ଶ୍ରମିକ, ବିଦ୍ୟାର୍ଥୀ…..