ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁଣି ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ସୋସିଆଲ୍ ମିଡିଆ ପୋଷ୍ଟରେ ପତ୍ନୀ ବର୍ଷାଙ୍କୁ ବନ୍ଧୁତାର ସନ୍ଦେଶ ଦେଇ ଚର୍ଚ୍ଚା କୁ ଆସିଛି। ଅନୁଭବ ଲେଖିଛନ୍ତି, ମୁଁ ତୁମକୁ ହୃଦୟର ଗଭୀରତାରୁ ଭଲ ପାଏ। କୌଣସି କାରଣରୁ ଆମ ବିବାହ ବିଫଳ ହୋଇଛି। ‘ବିବାହ ବିଚ୍ଛେଦ ପରେ କଣ ଆମେ ଭଲ ବନ୍ଧୁ ହୋଇ ରହିପାରିବାନି’। ଆମେ ଦୁଇ ଜଣ ଅଲଗା ହେବା ପ୍ରକ୍ରିୟା ଅସୁନ୍ଦର ନହେଉ। ‘ବିଚ୍ଛେଦ ସୁନିଶ୍ଚିତ ତେଣୁ ଏହା ସମ୍ମାନଜନକ ହେଉ’। ତୁରନ୍ତ ଉତ୍ତର ଦେବାକୁ ମଧ୍ୟ ଅନୁଭବ ଲେଖିଛନ୍ତି। ବିଚ୍ଛେଦ ପରେ ସାଙ୍ଗ ହୋଇ ରହିବା ବୋଲି ଅନୁଭବ କହିଛନ୍ତି। ଉଲ୍ଲେଖ ଯୋଗ୍ୟ-ସେପ୍ଟେମ୍ବର ୨୩ରେ କଟକ ପରିବାର ଅଦାଲତ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଥିଲେ। ଅନ୍ୟପକ୍ଷରେ ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ କରିଥିବା ଆବେଦନକୁ ମଧ୍ୟ ଖାରଜ କରିଥିଲେ।






More Stories
ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ…..
ତୃତୀୟ ଲିଙ୍ଗ ଦେଇପାରିବେ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା…..
ପୁଣି ବଢ଼ିଲା ଡ୍ରପ୍ ଆଉଟ୍…..