Report Card Odisha

| Daily Odia News

ପୂର୍ବ ଭଳି ସେବା ଜାରି ରଖିବ ପେଟିଏମ୍…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପେଟିଏମ୍ ନିୟମ ପାଳନ କରୁନଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରିଜର୍ଭ ବ୍ୟାଙ୍କ ଜଣାଶୁଣା ପେମେଣ୍ଟ ଅପ୍ସନ ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇ ଦେଇଛି । ରିଜର୍ଭ ବ୍ୟାଙ୍କ କହିଛି କି ୨୯ ଫେବୃୟାରୀ ପରଠୁ ଆକାଉଣ୍ଟ ଏବଂ ପେଟିଏମ୍ ଓ୍ବାଲେଟରେ ନୂଆ ଜମା ରାଶି ସ୍ବୀକାର କରାଯିବନି । ତେବେ ପେଟିଏମର ଫାଉଣ୍ଡର ବିଜୟ ଶେଖର ଶର୍ମା ନିକଟରେ ଏକ ପୋଷ୍ଟ ଜରିଆରେ କହିଛନ୍ତି କି ପ୍ଲାଟଫର୍ମର ସମସ୍ତ ସର୍ଭିସ୍ ପୂର୍ବ ଭଳି କାମ କରିବ । କହିରଖୁଛୁ ପେଟିଏମ ପେମେଣ୍ଟସ ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି। ପେଟିଏମର ଓ୍ବାଲେଟରେ ଏଣିକି ନୂଆ ଗ୍ରାହକ ଯୋଡ଼ି ହୋଇପାରିବେନି। ଏହି ଓ୍ବାଲେଟକୁ ପେଟିଏମ୍ ବ୍ୟାଙ୍କ କୁହାଯାଉଥିଲା । ଫେବୃଆରୀ ୨୯ଠାରୁ ଏଥିରେ ଆଉ ଟଙ୍କା ଜମା ହୋଇପାରିବନାହିଁ। ତେବେ ପେଟିଏମ ୱାଲେଟରେ ଥିବା ଟଙ୍କା ସରିବା ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରିପାରିବେ ଗ୍ରାହକ । ରିଜର୍ଭ ବ୍ୟାଙ୍କ କେବଳ ସେହି ବିଭାଗ ଉପରେ କଟକଣା ଲଗାଇଛି । ଗ୍ରାହକ ପେଟିଏମ୍ ସହିତ ଲିଙ୍କ ଥିବା ନିଜ ବ୍ୟାଙ୍କ ଆକାଉଣ୍ଟର ପଇସାକୁ ଟ୍ରାନ୍ସଫର, ସପିଂ ଆଦି ପାଇଁ ପୂର୍ବ ଭଳି ବ୍ୟବହାର କରିପାରିବେ ।

Breaking News