ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ ଯାଇଥିବା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମାମଲାରେ ଶୁଣାଣି କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ଆଜି ଏହି ମାମଲା ଉପରେ ବିଚାର କରି ଆବେଦନକୁ ଖାରଜ କରିଦେଇଛନ୍ତି ଅଦାଲତ। ହେମନ୍ତଙ୍କ ଓକିଲଙ୍କୁ ପଚାରିଥିଲେ ଯେ ଆପଣ ସିଧାସଳଖ ସୁପ୍ରିମକୋର୍ଟ କାହିଁକି ଆସିଲେ | ସର୍ବୋଚ୍ଚ ଅଦାଲତ ପ୍ରଥମେ ହାଇକୋର୍ଟ ଯିବାକୁ ପରାମର୍ଶ ଦେଇଛନ୍ତି । ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ଏମ୍ ସୁନ୍ଦରେଶ ଏବଂ ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀଙ୍କ ନେଇ ଗଠିତ ସ୍ୱତନ୍ତ୍ର ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଇଡିର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ହେମନ୍ତ ସୋରେନ ସୁପ୍ରିମକୋର୍ଟ ଯାଇଥିଲେ। ଗୁରୁବାର ଇଡି ହେମନ୍ତ ସୋରେନଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର କରିବା ପରେ ୧୦ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ମାଗିଥିଲା। ଏହାର ନିଷ୍ପତି ସଂରକ୍ଷିତ ରଖାଯାଇଛି।






More Stories
ଇନଷ୍ଟାଗ୍ରାମରେ ସକ୍ରିୟ ରୁହନ୍ତୁ, ଯୁବପିଢ଼ିଙ୍କ ସହ ଯୋଡ଼ିହୁଅନ୍ତୁ…..
ପଦ ଛାଡ଼ିଲେ ବାଂଲାଦେଶ ରାଷ୍ଟ୍ରପତି…..
‘ବନ୍ଦେ ମାତରମ’ ବିଲ୍ ଆଗତ….