Report Card Odisha

| Daily Odia News

ମଦ ଦୋକାନ ପାଇଁ ରାଜ୍ୟ ସରକାରଙ୍କ ଲଟେରି ବ୍ୟବସ୍ଥା…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ମଦ ଦୋକାନ ପାଇଁ ରାଜ୍ୟ ସରକାର କଲେ ଲଟେରି ବ୍ୟବସ୍ଥା ଆରମ୍ଭ କରିଛନ୍ତି | ଏହାକୁ ନେଇ ମଦ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ରାଜ୍ୟର ୧୧୫୬ଟି ବିଦେଶୀ ମଦ ଓ ୨୪୦ଟି ଦେଶୀ ମଦ ଦୋକାନ ପାଇଁ ଲଟେରି ହେଉଥିବାବେଳେ ଏପ୍ରିଲ ୩ତାରିଖ ପର୍ଯ୍ୟନ୍ତ ଆବେଦନ କରିବାକୁ ସମୟ ଦିଆଯାଇଛି। ଭାରତ ପ୍ରସ୍ତୁତ ବିଦେଶୀ ମଦ ଏବଂ ଇଏନ୍‌ଏ ଦେଶୀ ମଦ ଦୋକାନ ପାଇଁ ରାଜ୍ୟ ସରକାର ଲଟେରି ବ୍ୟବସ୍ଥା କରିଛନ୍ତି | ଏଥିରେ ଆଜି ସୁଦ୍ଧା ୧୯୪୧୬ଜଣ ଆବେଦନ କରିଥିବା ଜଣାପଡ଼ିଛି। ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସଂଧ୍ୟା ୬ଟା ସୁଦ୍ଧା ୧୨୯୭ଟି ମଦ ଦୋକାନ ପାଇଁ ୧୯୪୧୬ଜଣ ଆବେଦନ କରିଛନ୍ତି। ଗୋଟିଏ ମଦ ଦୋକାନ ପାଇଁ ପ୍ରାୟ ୧୫ଜଣ ଲେଖାଏଁ ଆବେଦନ କରିଛନ୍ତି। ଏଥିରୁ ୧୧୩୨ଟି ବିଦେଶୀ ମଦ ଦୋକାନ ପାଇଁ ୧୮୫୩୦ଟି ଆବେଦନ ଆସିଛି। ୩୧ଟି ଅବକାରୀ ଜିଲ୍ଲାରୁ ୨୭ଟି ଜିଲ୍ଲା ପାଇଁ ଆବେଦନ ଆସିଛି। ୨୪ଟି ଦୋକାନ (ଅଧିକାଂଶ କଟକ ଜିଲ୍ଲାର) ପାଇଁ ଆବେଦନ ଆସିନଥିବାବେଳେ ଶେଷ ତାରିଖ ସୁଦ୍ଧା ଏଥିରେ ବି ଆବେଦନକାରୀଙ୍କ ସଂଖ୍ୟା ବଢ଼ିବ ବୋଲି ଅବକାରୀ ବିଭାଗ ଆଶା ରଖିଛି। ସେହିପରି ୧୬୫ଟି ଦେଶୀ ମଦ ଦୋକାନ ପାଇଁ ୮୮୬ଟି ଆବେଦନ ଆସିଛି। ଏଥିରେ ବି ଶେଷ ତାରିଖ ସୁଦ୍ଧା ସମସ୍ତ ଦୋକାନ ପାଇଁ ଆବେଦନକାରୀ ଆସିବେ ବୋଲି ବିଭାଗ ଆଶା ରଖିଛି। ଏପ୍ରିଲ ୯ତାରିଖ ସୁଦ୍ଧା ୩୧ଟି ଅବକାରୀ ଜିଲ୍ଲାରେ ଜିଲ୍ଲାପାଳମାନେ ଆବେଦନକାରୀଙ୍କ ଉପସ୍ଥିତିରେ ଲଟେରି ପ୍ରକ୍ରିୟା ଶେଷ କରିବେ। ଏପ୍ରିଲ ୧୫ତାରିଖ ସୁଦ୍ଧା ସମସ୍ତଙ୍କୁ ଲାଇସେନ୍ସ ପ୍ରଦାନ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

Breaking News