Report Card Odisha

| Daily Odia News

ମୁହଁ ଖୋଲିଲେ ଅର୍ଚ୍ଚନା,ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଆଜିଠାରୁ ୭ ଦିନିଆ ରିମାଣ୍ଡରେ ନେଇଛି ଇଡି | କ୍ୟାପିଟାଲ ହସ୍ପିଟାଲକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିବା ବେଳେ ଅର୍ଚ୍ଚନା ନାଗ ବିସ୍ଫୋରକ ବୟାନ ଦେଇଛନ୍ତି | କହିଛନ୍ତି, ମୁଁ ଯେତେବେଳେ କହିବି, ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ, ମୋତେ ୩୦ ମିନିଟ୍ ଦରକାର, ମୋତେ ଫସାଇ ଦେଇଛନ୍ତି, ତଥ୍ୟ ପ୍ରମାଣ ସହ ସବୁ ଦେବି। ସେ ଆହୁରି କହିଛନ୍ତି, ଇଡି ଉପରେ ମୋର ବିଶ୍ୱାସ ଅଛି। ମୁଁ ତ ଇଡିକୁ ଅପେକ୍ଷା କରିଥିଲି। ତଦନ୍ତରେ ନିଶ୍ଚୟ ସହଯୋଗ କରିବି । ମୁଁ ଜାଣିପାରୁନି କିଏ ମୋତେ ଫସାଇଛନ୍ତି। ମୋର ପାଟିବନ୍ଦ କରି ଗିରଫ କଲା କମିସନରେଟ ପୁଲିସ। ମୁଁ କଣ ଆତଙ୍କବାଦୀ ଭଳି ଦେଖାଦେଉଛି। ଆପଣଙ୍କ ମା’ ଭଉଣୀ ଭଳି ମୁଁ ଜଣେ ମହିଳା। ମୋ ସହ ଯାହା ବି ହୋଇଛି ତାହାର ତଦନ୍ତ ହେଉ। ଏହାସହ କମିସନରେଟ ପୁଲିସ ଉପରେ ମଧ୍ୟ ବର୍ଷିଛନ୍ତି ଅର୍ଚ୍ଚନା। କିଏ କିଏ ସବୁ ସଂପୃକ୍ତ ଅଛନ୍ତି, ସବୁ ପ୍ରମାଣ ଦେଖାଇବି। ପଣସ ଖାଇ ମୋ ମୁଣ୍ଡରେ ୨ ଜଣ ଅଠା ବୋଳିଛନ୍ତି। ଏହା ସହ ଅର୍ଚ୍ଚନା କହିଛନ୍ତି, ମୋତେ ଫସାଇ ଦିଆଯାଇଛି, କାହାକୁ ଛାଡ଼ିବିନିି।

Breaking News