ଚେନ୍ନାଇ: ଆଇପିଏଲ୍ ନିଲାମୀରେ ଶେଷ ପର୍ଯ୍ୟାୟରେ ବିକ୍ରି ହେଲେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର। ନିଲାମୀର ମୂଳ ମୂଲ୍ୟ ୨୦ ଲକ୍ଷ ଟଙ୍କାରେ ଅର୍ଜୁନଙ୍କୁ କିଣିଛି ମୁମ୍ବାଇ ଇଣ୍ଡିଆନ। ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ର ନେଟ୍ ପ୍ରାକ୍ଟିସ୍ ବେଳେ ଅର୍ଜୁନ ତେନ୍ଦୁଲକରଙ୍କୁ ଦେଖାଯାଇଥିଲା। ୟୁଏଇରେ ଆଇପିଏଲ୍ର ୧୩ ତମ ସଂସ୍କରଣ ଚାଲିଥିବା ବେଳେ ଅର୍ଜୁନ ମୁମ୍ବାଇ ଇଣ୍ଡିଆନ୍ ଟିମ୍ ସହିତ ଥିଲେ। କିମ୍ବଦନ୍ତି କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ ଟିମ୍ ପାଇଁ ଖେଳିସାରିଛନ୍ତି।
ନିକଟରେ ଖେଳାଯାଇଥିବା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୧ସିନିୟର୍ରେ ଅର୍ଜୁନ ମୁମ୍ବାଇର ପକ୍ଷରୁ ଖେଳିଥିଲେ। ଏହି ମ୍ୟାଚ୍ରେ ସେ ୩୪ ରନ୍ ଦେଇ ମାତ୍ର ଗୋଟିଏ ୱିକେଟ୍ ହାସଲ କରିଥିଲେ। ସେହିପରି ୧୧ ତମ ସ୍ଥାନରେ ଆସିବାରୁ ସେ ଗୋଟିଏ ବି ବଲ୍ ବ୍ୟାଟିଂ କରିପାରି ନଥିଲେ।
ସୂଚନା ଥାଉକି ଅର୍ଜୁନ ମୁମ୍ବାଇ ପକ୍ଷରୁ ୧୯ ବର୍ଷରୁ କମ୍ ସହିତ ଅନ୍ୟ ବୟସ ଶ୍ରେଣୀରେ ବି କ୍ରିକେଟ୍ ଖେଳିସାରିଛନ୍ତି। ୨୦୧୯ରେ ଖେଳାଯାଇଥିବା ମୁମ୍ବାଇ ଟି-୨୦ ଲିଗ୍ରେ ମଧ୍ୟ ସେ ଭାଗ ନେଇଥିଲ।
ଅର୍ଜୁନ ତେନ୍ଦୁଲକର ଏହା ପୂର୍ବରୁ ମୁମ୍ବାଇ ଅଣ୍ଡର -19 ଏବଂ ଭାରତ ଅଣ୍ଡର -19କୁ ପ୍ରତିନିଧିତ୍ୱ କରିଛନ୍ତି। ଜୁନ ୨୦୧୮ରେ ଶ୍ରୀଲଙ୍କାରେ ଖେଳାଇଯାଇଥିବା ଇଣ୍ଡିଆ ଅଣ୍ଡର-୧୯ରେ ଅର୍ଜୁନଙ୍କୁ ସ୍ଥାନ ମିଳିଥିଲା।
ସେ ପ୍ରଥମେ ଶ୍ରୀଲଙ୍କାରେ ଦୁଇଟି ଚାରି ଦିନିଆ ମ୍ୟାଚ୍ ପାଇଁ ଜୁନ୍ 2018 ରେ ଭାରତ U-19 ପାଇଁ ଚୟନ କରାଯାଇଥିଲା | ତାଙ୍କୁ ଅନେକ ଥର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଇଣ୍ଡିଆ ଜାଲରେ ବୋଲିଂ କରୁଥିବା ଦେଖିବାକୁ ମିଳିଛି। ମୁମ୍ବାଇ ଇଣ୍ଡିଆନ୍ସ ନେଟ୍ ପ୍ରାକ୍ଟିସ୍ରେ ତାଙ୍କୁ ଅନେକ ଥର ବୋଲିଂ କରୁଥିବାର ଦେଖିବାକୁ ମିଳିଛି।
ଫେବ୍ରୁଆରୀ ୧୪ ତାରିଖରେ ୭୩ ତମ ପୋଲିସ୍ ଇନ୍ଭାଇଟେସନ୍ ଶିଲ୍ଡ ଟୁର୍ଣ୍ଣାମେଣ୍ଟରେ ଏମ୍ଆଇଜି କ୍ରିକେଟ୍ କ୍ଲବ୍ ପକ୍ଷରୁ ଖେଳି ଅର୍ଜୁନ୍ ମାତ୍ର ୩୩ ବଲ୍ରେ ୭୭ ରନ୍ କରି ଅପରାଜିତ ରହିଥିଲେ। ଏହି ମ୍ୟାଚ୍ରେ ଅର୍ଜୁନ ୮ଟି ଛକା ଓ ୫ଟି ଚୌକା ମାରିଥିଲେ। ପୁଣି ବୋଲିଂରେ ବି ଚମକ୍ତାର ପ୍ରଦର୍ଶନ କରିଥିଲେ ଅର୍ଜୁନ। ମାତ୍ର ୪୧ ରନ୍ ଦେଇ ୩ ୱିକେଟ୍ ନେବା ସହିତ ଏମ୍ଆଇଡି କ୍ଲବ୍ ମ୍ୟାଚ୍ ବିଜୟୀ ହୋଇଥିଲା। ଏହାପରେ ସେ ଆଇପିଏଲ୍ ଫ୍ରାଞ୍ଚାଇଜ୍ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।
ଆଜି ଚେନ୍ନାଇରେ ୨୦୨୧ ଆଇପିଏଲ ସଂସ୍କରଣ ନିଲାମୀରେ ସବୁଠାରୁ ଦାମି କ୍ରିକେଟର ହୋଇଛନ୍ତି କ୍ରିସ ମୋରିସ। ତାଙ୍କୁ ୧୬ କୋଟି ୨୫ ଲକ୍ଷରେ ରାଜସ୍ଥାନ ରୟାଲ୍ସ କିଣିଛି। ଦ୍ୱିତୀୟ ସର୍ବାଧିକ ନିଲାମି କାଇଲ୍ ଜେମିସନଙ୍କ ନାଁରେ ଲାଗିଛି। ତାଙ୍କୁ ବାଙ୍ଗାଲୋର ଟିମ୍ ୧୫ କୋଟିରେ କିଣିଛି। ତୃତୀୟ ସ୍ଥାନରେ ଗ୍ଲେନ ମ୍ୟାକ୍ସୱଲ ଅଛନ୍ତି। ତାଙ୍କୁ ମଧ୍ୟ ବାଙ୍ଗାଲୋର ଟିମ୍ କିଣିଛି। ମ୍ୟାକ୍ସେଓ୍ୱଲଙ୍କ ଦାମ ରହିଛି ୧୪ କୋଟି ୨୫ ଲକ୍ଷ। ଅନ୍ କ୍ୟାପଡ ଓ ଭାରତୀୟ ଖେଳାଳି ମଧ୍ୟରେ ସବୁଠୁ ଅଧିକ ଦାମ ରହିଛି କେ. ଗୌତମଙ୍କର। ତାଙ୍କୁ ଚେନ୍ନାଇ ସୁପର୍ କିଙ୍ଗ୍ସ ୯ କୋଟି ୨୫ ଲକ୍ଷରେ କିଣିଛି।
More Stories
‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ….
ଲୁସାନେ ଡାଇମଣ୍ଡ ଲିଗ୍ ଦ୍ୱିତୀୟରେ ନୀରଜ ଚୋପ୍ରା……
ନବୀନଙ୍କୁ ଭେଟିଲେ ଅଲିମ୍ପିକ୍ସ ବିଜୟୀ ଭାରତୀୟ ହକିଦଳ…..