ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅନଲାଇନ୍ରେ ହେବ ସେନାବାହିନୀ ନିଯୁକ୍ତି ପରୀକ୍ଷା । ଉଭୟ ଅଗ୍ନିବୀର ଓ ଅଣଅଗ୍ନିବୀର ସୈନିକ ନିଯୁକ୍ତି ପାଇଁ ଅନଲାଇନ୍ ଟେଷ୍ଟ ହେବ ବୋଲି ସ୍ଥିର କରାଯାଇଛି । ଅନଲାଇନ୍ ଜରିଆରେ ପ୍ରବେଶିକା ପରୀକ୍ଷା ଦେଇପାରିବେ ଇଚ୍ଛୁକ ପ୍ରାର୍ଥୀ । ଅନଲାଇନ ଟେଷ୍ଟରେ ଉତ୍ତୀର୍ଣ୍ଣ ହେଲେ ନିଯୁକ୍ତି ରାଲିକୁ ଡକାଯିବ । ନିଯୁକ୍ତି ରାଲିରେ ଶାରୀରିକ ପରୀକ୍ଷା ପରେ ମେଡିକାଲ ଟେଷ୍ଟ ହେବ । ଏହାପରେ ସଫଳ ପ୍ରାର୍ଥୀଙ୍କ ଅନ୍ତିମ ଯୋଗ୍ୟତା ତାଲିକା ପ୍ରକାଶ ପାଇବ । ଏପ୍ରିଲ ୨୬ ଯାଏଁ ଦେଶର ୩୭୫ ପରୀକ୍ଷା କେନ୍ଦ୍ରରେ ଅନଲାଇନ ଟେଷ୍ଟ ହେବ । ଏହାପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଥିଲେ । କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀରେ ଯୋଗ ଦେବାକୁ ଚାହୁଁଥିବା ଯୁବକଯୁବତୀଙ୍କ ପାଇଁ ଖୁସି ଖବର ଦେଇଥିଲେ । କେବଳ ହିନ୍ଦୀ କି ଇଂରାଜୀ ନୁହେଁ, ଏହି ଦୁଇଭାଷା ସହିତ ଅଧିକ ୧୩ଟି ଆଞ୍ଚଳିକ ଭାଷାରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ ବା CAPF ପରୀକ୍ଷା ହେବ ବୋଲି ଘୋଷଣା କରିଥିଲେ । ଯାହା ଭିତରେ ଓଡ଼ିଆ ଭାଷା ବି ରହିଛି । CAPFର କନଷ୍ଟେବଲ ଜେନେରାଲ୍ ଡ୍ୟୁଟି ପରୀକ୍ଷା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଥିବା ବେଳେ, ଆସନ୍ତାବର୍ଷ ଜାନୁଆରୀ ପହିଲାରୁ ଲାଗୁ ହେବ ନୂଆ ନିୟମ । କେବଳ ଓଡ଼ିଆ ନୁହେଁ, ହିନ୍ଦୀ ଓ ଇଂରାଜୀ ସହିତ ଦେଶର ୧୩ଟି ଆଞ୍ଚଳିକ ଭାଷାରେ CAPF କନଷ୍ଟେବଲ (ଜିଡି) ପରୀକ୍ଷାକୁ ଅନୁମୋଦନ ଦେଇସାରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଅହମିୟା, ବେଙ୍ଗଲି, ଗୁଜରାଟୀ, ମରାଠୀ, ମାଲାୟାଲାମ, କନ୍ନଡ଼, ତାମିଲ, ତେଲୁଗୁ, ଉର୍ଦ୍ଦୁ, ପଞ୍ଜାବୀ, ମଣିପୁରୀ ଓ କୋଙ୍କଣୀ ଭାଷାରେ ହେବ ପରୀକ୍ଷା । CAPF ପ୍ରତି ସ୍ଥାନୀୟ ଯୁବକଙ୍କୁ ଆକୃଷ୍ଟ କରିବା ଓ ଆଞ୍ଚଳିକ ଭାଷାର ପ୍ରୋତ୍ସାହନ ପାଇଁ ଏଭଳି ଐତିହାସିକ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୨୦୨୪ ଜାନୁଆରୀ ୧ ତାରିଖରୁ ଏହି ନୂଆ ନିୟମ ଅନୁଯାୟୀ ପରୀକ୍ଷା ପରିଚାଳନା କରିବ ଷ୍ଟାଫ୍ ସିଲେକ୍ସନ କମିଶନ ।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..