Report Card Odisha

| Daily Odia News

ବଦଳିବ ସେନା ପୋଷାକ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ ସେନାର ପୋଷାକରେ କିଛିଟା ପରିବର୍ତ୍ତନ କରାଯିବ। ଜାନୁଆରୀ ୧୫ ସେନା ଦିବସରୁ ଏହି ନୂଆ ଶୈଳୀର ପୋଷାକ ‘ବ୍ୟାଟଲ ଡ୍ରେସ୍‌ ୟୁନିପର୍ମ’ କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି। ସେନା ଦିବସ ପରେଡରେ ଯବାନମାନେ ଏହି ନୂଆ ପୋଷାକ ପରିଧାନ କରିବେ। ଏହାର ରଙ୍ଗ ପୂର୍ବପରି ରହିବ; କିନ୍ତୁ ଛାପା ସାମାନ୍ୟ ବଦଳିଯିବ। ହାଲ୍‌କା କପଡ଼ାରେ ପ୍ରସ୍ତୁତ ପ୍ୟାଣ୍ଟରେ ଅଧିକ ପକେଟ ରହିବ। ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଫେସନ୍‌ ଟେକ୍‌ନୋଲଜି ବା ଏନ୍‌ଆଇଏଫ୍‌ଟି ଦ୍ବାରା ପ୍ରସ୍ତୁତ ଅଧିକ ଆରାମଦାୟକ ଏବଂ ଡିଜିଟାଲ ଛାପ ଥିବାରୁ ଯବାନଙ୍କୁ କ୍ଷେତ୍ର ଉପରେ ଚିହ୍ନିବା କଷ୍ଟକର ବୋଲି କୁହାଯାଉଛି। ପର୍ଯ୍ୟାୟକ୍ରମେ ସେନାଧିକାରୀ ଓ ଯବାନଙ୍କୁ ଏହି ପୋଷାକ ଯୋଗାଇ ଦିଆଯିବ; ତେବେ ଏହାର ପ୍ରସ୍ତୁତି ତଥା ଯୋଗାଣ ପାଇଁ ଘରୋଇ ଓ ସରକାରୀ ସଂସ୍ଥାଙ୍କୁ ଖୋଲା ଟେଣ୍ଡର ମାଧ୍ୟମରେ ସୁଯୋଗ ଦିଆଯିବ। ସମ୍ପ୍ରତି ୧୩ ଲକ୍ଷର ବିଶାଳ ସେନା ପାଇଁ ଏହି ପୋଷାକ ପ୍ରସ୍ତୁତ ହେବ। ପ୍ରଚଳିତ ବ୍ୟବସ୍ଥା ଅନୁସାରେ ଯବାନମାନେ ବଜାରରୁ କପଡ଼ା କିଣି ନିଜେ ଏହାର ସିଲାଇ କରାଉଛନ୍ତି; କିନ୍ତୁ ନୂଆ ପୋଷାକ ବଜାରରେ ସିଲାଇ ହୋଇ ରେଡିମେଡ୍‌ ପୋଷାକ ଭଳି ଉପଲବ୍ଧ ହେବ।

Breaking News