ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାତିର ପିତା ମହାତ୍ମା ଗାନ୍ଧିଙ୍କ ନାତି ଅରୁଣ ମଣିଲାଲ ଗାନ୍ଧିଙ୍କର ଦେହାନ୍ତ ହୋଇଛି । ଆଜି କୋଲହାପୁରରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୧୯୩୪ରେ ଦକ୍ଷିଣ ଆଫ୍ରିକାର ଡର୍ବାନରେ ଜନ୍ମ ଗ୍ରହଣ କରିଥିବା ଅରୁଣଙ୍କୁ ମୃତ୍ୟୁ ବେଳକୁ ୮୯ ବର୍ଷ ବୟସ ହୋଇଥିଲା। ସେ ଜଣେ ଲେଖକ ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ। ଫେବୃଆରୀ ୨୮ରେ ଅରୁଣ ଗାନ୍ଧି କୋଲହାପୁର ଆସିଥିଲେ। ଏଠାରେ ଥିବା ଅବନୀ ସଂସ୍ଥାନରେ ସେ କିଛି ଦିନ ରହିବାର ଥିଲା। ଆଜି ସକାଳେ ସେଠାରେ ଥିବା ବେଳେ ଅରୁଣ ଗାନ୍ଧିଙ୍କ ଦେହାନ୍ତ ହୋଇଛି। ସାମାଜିକ କର୍ମୀ ଅନୁରାଧା ଭୋସଲେଙ୍କ ଦ୍ୱାରା ପରିଚାଳିତ ଅବନୀ ସଂସ୍ଥାକୁ ବିଗତ ୨୪ ବର୍ଷ ହେଲାଣି ଅରୁଣ ଗାନ୍ଧି ନିୟମିତ ଆସୁଥିଲେ। ଏହି ସଂଗଠନ ବାସହୀନ ଝିଅ ଓ ମହିଳାଙ୍କ ସୁରକ୍ଷା ଉପରେ କାମ କରେ।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..