ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା ରାଜନୀତିରେ ପୁଣି ହଲଚଲ ଦେଖିବାକୁ ମିଳିଛି। ବିଜେଡି ନେତା ଅରୁଣ ସାହୁ କରିଛନ୍ତି ବଡ଼ ବିସ୍ଫୋରଣ। ଅରୁଣ କହିଛନ୍ତି, ନମ୍ରତାଠୁ ବଡ଼ ଆଭୂଷଣ କିଛି ନାହିଁ। ବାର୍ଦ୍ଧକ୍ୟ ଏକ ଅଭିଶାପ ନୁହେଁ, ଆଶୀର୍ବାଦ। ଏହା ସହିତ ସେ ଆହୁରି କହିଛନ୍ତି, ମୋ ମନ ଭିତରେ ବିଦ୍ରୋହର ନିଆଁ ଜଳୁଛି। ଜାଳି ପୋଡ଼ି ଧ୍ବଂସ କରି ଦେବାକୁ ଇଚ୍ଛା ହେଉଛି। ସମସ୍ତେ ବାବୁ ପଣିଆ ଦେଖାଇପାରିବେ। ଓଡ଼ିଶାର ଦୁର୍ଗତି ପଛରେ ଯିଏ, ତାଙ୍କର ମୁଖା ଖୋଲିବି। ତେବେ ଅରୁଣଙ୍କ ଏହି ବୟାନ ରାଜ୍ୟର ରାଜନୈତିକ ମହଲରେ ଏକ ବଡ଼ ଚର୍ଚ୍ଚାର ବିଷୟ ହୋଇଛି। ଅରୁଣଙ୍କ ଏହି ବୟାନ ବର୍ତ୍ତମାନ ଓଡ଼ିଶାର ରାଜନୈତିକ ମହଲରେ ଏକ ନୂଆ ବିତର୍କ ସୃଷ୍ଟି କରିଛି। ସେ କେଉଁ ବାବୁ ପଣିଆକୁ ଟାର୍ଗେଟ କରିଛନ୍ତି ଏବଂ କାହାର ମୁଖା ଖୋଲିବେ ବୋଲି କହିଛନ୍ତି ତାହା ଦେଖିବା ବାକି ରହିଛି।






More Stories
ପୁରୀ ଆସିଲେ ଶାନ୍ତି ମିଳେ……
ଓଲଟିଲା ଟୁରିଷ୍ଟ ବସ୍, ୫ ମୃତ…..
ଭୁବନେଶ୍ୱରରେ ଭାରତୀୟ ସ୍ଥଳସେନା ମୁଖ୍ୟ…..