ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ | ଜୁନ ୧ ତାରିଖ ପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ଜାମିନ ମିଳିଛି | ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଆଜି ଅନ୍ତରୀଣ ଜାମିନ ଦେଇଥିବା ଜଣାପଡିଛି | ଜୁନ୍ ୨ ତାରିଖରେ ତାଙ୍କୁ ଆତ୍ମସମର୍ପଣ କରିବାକୁ କୋର୍ଟ ଦେଇଛନ୍ତି ନିର୍ଦ୍ଦେଶ। ଜାମିନ ମିଳିଥିଲେ ହେଁ ଆପ୍ ମୁଖ୍ୟ କେଜ୍ରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଫିସ କିମ୍ବା ଦିଲ୍ଲୀ ସଚିବାଳୟକୁ ଯାଇ ପାରିବେ ନାହିଁ।କିନ୍ତୁ ସେ ଲୋକସଭା ନିର୍ବାଚନ ପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରଚାର କରିପାରିବେ। ଜେଲରୁ ମୁକୁଳିବା ପୂର୍ବରୁ କେଜ୍ରିୱାଲଙ୍କୁ ୫୦ ହଜାର ଟଙ୍କାର ଗୋଟିଏ ବ୍ୟକ୍ତିଗତ ବଣ୍ଡ ଦାଖଲ କରିବାକୁ ପଡ଼ିବ। ଗିରଫ ପରେ ମଧ୍ୟ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ନଥିଲେ। କିନ୍ତୁ ସେ ଜାମିନରେ ଥିବା ବେଳେ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କ ବିନା ଅନୁମତିରେ କୌଣସି ସରକାରୀ ଫାଇଲରେ ଦସ୍ତଖତ କରିପାରିବେ ନାହିଁ। ଦିଲ୍ଲୀ ଅବକାରୀ ନୀତି ମାମଲା କିମ୍ବା ତାଙ୍କ ବିରୋଧରେ ଥିବା ଅଭିଯୋଗ ସମ୍ପର୍କରେ ସେ ମୁହଁ ଖୋଲିପାରିବେ ନାହିଁ। ଏହି ମାମଲାର କୌଣସି ସାକ୍ଷୀଙ୍କୁ ପ୍ରଭାବିତ କିମ୍ବା ଯୋଗାଯୋଗ କରିବାକୁ କେଜ୍ରିୱାଲ ଚେଷ୍ଟା କରିପାରିବ ନାହିଁ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..