Report Card Odisha

| Daily Odia News

ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଆଜି ରାୟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଦ ନୀତି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଗିରଫ କରିବା ପରେ ତାହାକୁ ଚ୍ୟାଲେଞ୍ଜ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଆଜି ଏହାର ରାୟ ପ୍ରକାଶ କରିବେ। ଜଷ୍ଟିସ୍‌ ସ୍ବର୍ଣ୍ଣକାନ୍ତ ଶର୍ମା ଅପରାହ୍ନ ୨.୩୦ରେ ଏହି ରାୟ ପ୍ରଦାନ କରିବେ। ତାଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ମାମଲାକୁ ରାଜନୈନିକ ଷଡଯନ୍ତ୍ର ବୋଲି କହିଥିବା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ସୁପ୍ରିମୋ ମଧ୍ୟ ତାଙ୍କ ଇଡି ହେପାଜତକୁ ଚ୍ୟାଲେଞ୍ଜ କରିଛନ୍ତି। ପରେ ତାଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଯାଇଥିଲା ଏବଂ ବର୍ତ୍ତମାନ ସେ ତିହାର ଜେଲରେ ରହିଛନ୍ତି। ଏପ୍ରିଲ ୩ ତାରିଖରେ ହୋଇଥିବା ହାଇକୋର୍ଟରେ ଶୁଣାଣି ବେଳେ କେଜ୍ରିୱାଲ ଗିରଫ ହେବାର ସମୟ ନେଇ ପ୍ରଶ୍ନ କରିଥିଲେ। ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଏପରି କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଙ୍କ ଗିରଫଦାରୀ ସମ୍ବିଧାନର ମୌଳିକ ନୀତି ବିରୋଧୀ। ଏହି ଦୁର୍ନୀତିରେ କେଜ୍ରିୱାଲଙ୍କୁ “କିଙ୍ଗପିନ୍” ବୋଲି କହିଥିବା ଇଡି ତାଙ୍କ ଆବେଦନକୁ ବିରୋଧ କରି କହିଛନ୍ତି ଯେ ଏହି ଆଇନ ତାଙ୍କ ସହ ସମାନ ଭାବରେ ଲାଗୁ ହୋଇଛି।

 

Breaking News