Report Card Odisha

| Daily Odia News

ଜେରା ବେଳେ କାନ୍ଦିପକାଇଲେ ଆର୍ୟନ,୪ ବର୍ଷ ହେବ ସେବନକରୁଥିଲେ ଡ୍ରଗ୍ସ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କ୍ରୁଜ୍‌ ଜାହାଜରେ ହୋଇଥିବା ଡ୍ରଗ୍ସ ପାର୍ଟି ଲିଙ୍କ ମାମଲାରେ କିଙ୍ଗଖାନ୍‌ ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନଙ୍କୁ ଗିରଫ କରାଯାଇଛି। ଗତକାଲି ଏନ୍‌ସିବି ତାଙ୍କୁ ହେପାଜତକୁ ନେବା ସହ ଡ୍ରଗ୍ସ ମାମଲାରେ ପଚରାଉଚରା ଚଳାଇଛି। ଏହି ପଚରାଉଚରା ସମୟରେ ଆର୍ୟନ ଦୁଃଖରେ ଭାଙ୍ଗି ପଡ଼ିବା ସହ କାନ୍ଦି ପକାଇଥିବା ସୂଚନା ମିଳିଛି । ଗିରଫ ପରେ ଶାହରୁଖ ପୁଅ ଆର୍ୟନଙ୍କ ସହ ଫୋନ୍‌ରେ କଥାବାର୍ତ୍ତା ହୋଇଥିଲେ। ଗିରଫ ହେବା ପରେ ଆଇନ ଆଧାରରେ ଶାହରୁଖଙ୍କ ସହ ଫୋନ୍‌ରେ କଥାବାର୍ତ୍ତା ହେବା ପାଇଁ ଆର୍ୟନଙ୍କୁ ଅନୁମତି ମିଳିଥିଲା। ଲ୍ୟାଣ୍ଡ୍‌ଲାଇନ୍‌ ଫୋନ୍‌ରୁ ୨ ମିନିଟ୍‌ ପାଇଁ ଆର୍ୟନ ବାପା ଶାହରୁଖଙ୍କ କଥା ସହ ହୋଇଥିଲେ। ଏହି ସମୟରେ ପଚରାଉଚରା ବେଳେ ଆର୍ୟନ କୋହ ସମ୍ବଳିନପାରି କାନ୍ଦି ପକାଇ ଥିଲେ। NCBର ଜେରା ବେଳେ ଖୁଲାସା ହୋଇଛି, ଆର୍ୟନ ପାଖାପାଖି ୪ ବର୍ଷ ହେବ ଡ୍ରଗ୍ସ ସେବନ କରୁଥିଲେ। ଦେଶ ବାହାର ତଥା ୟୁକେ,ଦୁବାଇ ଓ ଅନ୍ୟ ଦେଶରେ ମଧ୍ୟରେ ସେ ଡ୍ରଗ୍ସ ସେବନ କରୁଥିଲେ। ଅରବାଜ୍‌ ମର୍ଚାଣ୍ଟଙ୍କ ସହ ଆର୍ୟନଙ୍କ ବନ୍ଧୁତା ପାଖାପାଖି ୧୫ ବର୍ଷର। ଫିଲ୍ମ ମେକିଂ ସହ ଆର୍ୟନ ଜଡ଼ିତ ଥିଲେ। ଏକ ଲିଖିତ ବୟାନରେ ଆର୍ୟନ ଗିରଫଦାରୀକୁ ସ୍ୱୀକାର କରି ଲେଖିଛନ୍ତି, ‘ମୁଁ ମୋର ଗିରଫଦାରୀର କାରଣ ବୁଝି ପାରୁଛି ଓ ଏସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇ ଦେଇଛି’। ଏହି ମାମଲାରେ ଗିରଫ ହୋଇଥିବା ଆର୍ୟନ, ଅରବାଜ୍‌ଙ୍କ ସମେତ ଏନ୍‌ସିବି ଅନ୍ୟ ଅଭିଯୁକ୍ତଙ୍କ ମୋବାଇଲ ଜବତ କରି ସମସ୍ତ ମେସେଜର ଖୋଳତାଡ଼ କରିଛି। ଯାଞ୍ଚ ବେଳେ ସାମ୍ନାକୁ ଆସିଛି ଯେ, ଆର୍ୟନ ଅନେକ ଡ୍ରଗ୍‌ ପେଡ୍‌ଲର୍‌ ଓ ଡ୍ରଗ୍ସ ସପ୍ଲାୟରଙ୍କ ସହ ଯୋଗାଯୋଗରେ ଥିଲେ। ଏହି ପ୍ରମାଣକୁ ଆଧାର କରି ଏନ୍‌ସିବି ଅରବାଜ୍‌ ଓ ଆର୍ୟନଙ୍କୁ ସାମ୍ନାସାମ୍ନି ବସାଇ ଜେରା ମଧ୍ୟ କରିଛି।

Breaking News