ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶର ଲକ୍ଷ୍ମୀପୁରରେ ରବିବାର ହୋଇଥିବା ହିଂସାକାଣ୍ଡରେ ଗୁରୁତର ଭାବରେ ଆହତ ହୋଇଥିବା ସାମ୍ବଦିକଙ୍କର ମୃତ୍ୟୁ ହୋଇଯାଇଛି । ସାଧନା ନ୍ୟୁଜ୍ ଚ୍ୟାନେଲ୍ ର ତହସିଲ ରିପୋର୍ଟର୍ ରମନ କଶ୍ୟପ(୩୫)ଙ୍କ ମୃତ୍ୟୁ ହୋଇଯାଇଥିବା ଖବର ସାମନାକୁ ଆସିଛି । ତାଙ୍କ ବାପା ରାମଦୁଲାରେ ପୋଷ୍ଟମଟମ୍ ହାଉସ୍ ରେ ପହଞ୍ଚି ମୃତଦେହ ଚିହ୍ନଟ କରିଛନ୍ତି । ସୂଚନା ଅନୁସାରେ, ଲଖିମପୁର କାଣ୍ଡରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରାଙ୍କ ବିରୋଧରେ ଏଫଆଇଆର୍ ଦିଆଯାଇଛି । ରବିବାର ଦିନ ଲଖିମପୁରର ଖିରୀ ଠାରେ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦଙ୍କୁ ଏକ କାର୍ଯ୍ୟକ୍ରମରେ ସାମିଲ ହେବାର ଥିଲା । ହେଲେ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ହିଁ ଅଘଟଣ ଘଟିଥିଲା । ୮ ଜଣ ଚାଷୀଙ୍କ ଉପରେ ଗାଡ଼ି ମାଡ଼ିଯିବାରୁ ସେମାନଙ୍କ ମୃତ୍ୟୁ ହୋଇଯାଇଛି । ଘଟଣା ପରେ ତୁରନ୍ତ ଉକ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି । ଏହାକୁ ନେଇ ଏବେ ଆନ୍ଦୋଳନ ତୀବ୍ର ରୂପ ନେଇଛି ।ଆନ୍ଦୋଳନକାରୀ ମାନେ ଦାବି କରିଛନ୍ତି ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇଥିବା ଅଭିଯୁକ୍ତ ମାନେ ଧରା ନପଡ଼ିବା ପର୍ଯ୍ୟନ୍ତ ମୃତକଙ୍କ ଶବ ସତ୍କାର କରାଯିବ ନାହିଁ । ଏହି ମାମଲାରେ ମନ୍ତ୍ରୀ ପୁଅ ସମେତ ୧୪ ଜଣଙ୍କ ନାମରେ ହତ୍ୟା, ଅପରାଧିକ ଯୋଜନା କରିବା ସହିତ ଅନ୍ୟ ଧାରାରେ ଏଫଆଇଆର୍ ଦିଆଯାଇଛି ।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..