Report Card Odisha

| Daily Odia News

ଟ୍ରେନ୍ ଦୁର୍ଘଟଣା ଘଟାଇବାକୁ ଷଡ଼ଯନ୍ତ୍ର,ଟ୍ରାକ୍‌ରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଟ୍ରେନ୍‌ ଦୁର୍ଘଟଣା ଘଟାଇବାକୁ ହୋଇଥିଲା ଷଡ଼ଯନ୍ତ୍ର। ପଥର ଖଣ୍ଡ, କାଠ ଓ ଲୁହା ପ୍ଲେଟ୍‌ ଏବେ ଟ୍ରାକ୍‌ରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର। ପୁଣି ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ଟ୍ରେନ୍‌ ଅଟକି ଯାଇଛି। ଫଳରେ ଦୁର୍ଘଟଣା ଷଡ଼ଯନ୍ତ୍ର ବିଫଳ ହୋଇଛି। କାନପୁର ଦେହାତ ଜିଲ୍ଲାର ପ୍ରେମପୁର ରେଳ ଷ୍ଟେସନ ଟ୍ରାକ୍‌ ଉପରେ ରଖାଯାଇଥିଲା ଗ୍ୟାସ୍‌ ସିଲିଣ୍ଡର। କିଛି ଦୁବୃର୍ତ୍ତ ଟ୍ରେନ୍‌ ଦୁର୍ଘଟଣା ଘଟାଇବାକୁ ଏଭଳି ଷଡ଼ଯନ୍ତ୍ର ରଚିଥିଲେ। ସବିବର ସକାଳ ୬ଟାରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଉତ୍ତରପ୍ରଦେଶ ପ୍ରେମପୁର ଷ୍ଟେସନ ରେଳ ଧାରଣାରୁ ଉକ୍ତ ଗ୍ୟାସ୍‌ ସିଲିଣ୍ଡର ଜବତ ହୋଇଛି। କାନପୁରରୁ ଏକ ମାଲ୍‌ବାହୀ ଟ୍ରେନ୍‌ ପ୍ରୟାଗରାଜ ଯାଉଥିବା ବେଳେ ଲୋକ ପାଇଲଟଙ୍କ ନଜରରେ ଟ୍ରାକ୍‌ରେ ଥିବା ସିଲିଣ୍ଡର ଉପରେ ପଡ଼ିଥିଲା। ସେ ସଙ୍ଗେ ସଙ୍ଗେ ଟ୍ରେନ୍‌ଟିକୁ ଅଟକାଇ ଦେଇଥିଲେ। ଫଳରେ ବଡ଼ ଅଘଟଣ ଟଳି ଯାଇଛି। ଏହା ପରେ ସେ ସମସ୍ତ ସଂପୃକ୍ତ ବିଭାଗକୁ ଏ ବିଷୟରେ ଜଣାଇଥିଲେ। ଏହାପରେ ରେଳବାଇ IOW, ସୁରକ୍ଷା ବାହିନୀ ଏବଂ ଅନ୍ୟ ଦଳ ସିଲିଣ୍ଡର ଯାଞ୍ଚ କରି ଟ୍ରାକରୁ ହଟାଇଛନ୍ତି। ଏନେଇ ତଦନ୍ତ ଜାରି ରହିଛି। କାନପୁରରେ ଏହା ହେଉଛି ତୃତୀୟ ଘଟଣା। କିଛି ଦିନ ପୂର୍ବରୁ ପଙ୍କି ଶିଳ୍ପାଞ୍ଚଳ ନିକଟରେ ସାବରମତୀ ଏକ୍ସପ୍ରେସର ଇଞ୍ଜିନ ଏବଂ ୨୦ଟି ବଗି ଟ୍ରାକ୍‌ରୁ ଲାଇନ୍‌ଚ୍ୟୁତ ହୋଇଥିଲା। ଉକ୍ତ ମାମଲାରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏକ ଏଫ୍‌ଆଇଆର୍‌ ଦାଖଲ କରାଯାଇଥିଲା।

Breaking News