ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ୧୭ରୁ ୨୧ ତାରିଖ ପର୍ୟ୍ୟନ୍ତ ଖୋଲିବ ସାବରିମାଲାସ୍ଥିତ ପ୍ରଭୁ ଆୟାପ୍ପାଙ୍କ ପାର୍ବତ୍ୟ ଧର୍ମପୀଠ। ମନ୍ଦିରର ମାସିକ ପୂଜା ପାଇଁ ଏହାକୁ ସୀମିତ ସମୟ ୫ ଦିନ ପାଇଁ ଖୋଲାଯିବ । ମନ୍ଦିର ପରିଚାଳନା କରୁଥିବା ‘ଟ୍ରାଓ୍ଵାଙ୍କୋର୍ ଦେବସ୍ୱମ୍ ବୋର୍ଡ’ (ଟିଡିବି) ମଧ୍ୟ କହିଛନ୍ତି ଯେ, କରୋନା ମହାମାରୀ ଦୃଷ୍ଟିରୁ ଏହି ତୀର୍ଥ ଦର୍ଶନ ପାଇଁ ଆସୁଥିବା ତୀର୍ଥ ଯାତ୍ରୀମାନେ ଟିକା ପ୍ରମାଣପତ୍ର କିମ୍ବା ୪୮ ଘଣ୍ଟା ମଧ୍ୟରେ କରାଯାଇଥିବା ‘ଆର୍ଟି-ପିସିଆର୍’ ନେଗେଟିଭ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି । ନଚେତ୍ ସେମାନଙ୍କୁ ତୀର୍ଥ ଯାତ୍ରା ସୁଯୋଗ ଦିଆଯିବ ନାହିଁ। ଆହୁରି ମଧ୍ୟ ଅନଲାଇନ ପୋର୍ଟାଲ ମାଧ୍ୟମରେ ବୁକିଂ କରାଯାଇଥିବା କେବଳ ୫ ହଜାର ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି ଦିଆଯିବ । ସୂଚନାଯୋଗ୍ୟ ଯେ, କେରଳରେ ଏବେ ବି କରୋନା ସଂକ୍ରମଣ ଚିନ୍ତାଜନକ ସ୍ଥିତିରେ ରହିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ପ୍ରାୟ ୧୪୦୮୭ ଟି ନୂଆ ସଂକ୍ରମଣ ମାମଲା ଦେଖାଦେଇଛି । ଏହା ସହିତ ରାଜ୍ୟରେ ଜିକା ଭୁତାଣୁ ସଂକ୍ରମଣ ବି ଦେଖାଯାଇଛି ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..