Report Card Odisha

| Daily Odia News

ଆସନ୍ତା କାଲି ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷା ଫଳ। ଏହାସହ ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ଓ ମଧ୍ୟମା ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ। କଟକ ବିଏସଇ ମୁଖ୍ୟାଳୟରେ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ରେଜଲ୍ଟ। ସନ୍ଧ୍ୟା ୬ଟା ପରେ ୱେବ୍‌ସାଇଟ୍‌ରେ ଉପଲ୍ଲବ୍ଧ ହେବ। ଛାତ୍ରଛାତ୍ରୀ www.bseodisha.ac.in ଓ www.bseodisha.nic.in ୱେବ୍‌ସାଇଟ୍‌ରେ ରେଜଲ୍ଟ ଚେକ୍‌ କରିପାରିବେ।  ଛାତ୍ରଛାତ୍ରୀ SMS କରି ରେଜଲ୍ଟ ଜାଣି ପାରିବେ।  OR01 < Roll N0 > ଲେଖି 5676750କୁ SMS କଲେ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ। ସୂଚନା ଅନୁସାରେ – ରୋନା ମହାମାରୀ ପାଇଁ ଦଶମ ବୋର୍ଡ ପରୀକ୍ଷା ଦେଇନାହାନ୍ତି ଛାତ୍ରଛାତ୍ରୀ |  ହେଲେ ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଭୟ |  ଜୁନ ଶେଷ ସପ୍ତାହ ସୁଦ୍ଧା ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ ବୋଲି କିଛିଦିନ ପୂର୍ବେ ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ। ନବମ ଓ ଦଶମ ଶ୍ରେଣୀର ମାର୍କ ଆଧାରରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମୂଲ୍ୟାୟନ ହେବ ବୋଲି କୁହାଯାଇଥିଲା। ଚୂଡ଼ାନ୍ତ ମୂଲ୍ୟାୟନ ପଦ୍ଧତି ଅନୁସାରେ ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ମାର୍କକୁ ବିଚାରକୁ ନିଆଯିବ। ସେହିଭଳି ଦଶମର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପ୍ରାକ୍ଟିସ୍‌ ପରୀକ୍ଷାରେ ପିଲା ରଖିଥିବା ମାର୍କକୁ ମଧ୍ୟ ବିଚାରକୁ ନିଆଯିବ। ନବମର ୪୦ ପ୍ରତିଶତ ମାର୍କକୁ ଗୁରୁତ୍ୱ ଦିଆଯିବ।

 

Breaking News