ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ନୂଆ ସଂସଦ ଭବନ ଉପରେ ଉନ୍ମୋଚିତ ଅଶୋକ ସ୍ତମ୍ଭକୁ ନେଇଆମ୍ଭ ହୋଇଯାଇଛି ରାଜନୀତି । ଏହା ପୁରୁଣା ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭ ପରି ଦେଖାଯାଉନାହିଁ । ପୁରୁଣା ଅଶୋକ ସ୍ତମ୍ଭରେ ଥିବା ସିଂହ ଗୁଡ଼ିକ ଭଦ୍ର ଦେଖାଯାଉଥିବାବେଳେ ନୂଆ ଅଶୋକସ୍ତମ୍ଭରେ ଥିବା ସିଂହଗୁଡ଼ିକ ମଣିଷଖିଆ ପରି ହିଂସ୍ର ଦେଖାଯାଉଛନ୍ତି ବୋଲି କେତେକ ବିରୋଧୀଦଳ ନେତା ଅଭିଯୋଗ କରିଛନ୍ତି । ତୃଣମୂଳ କଂଗ୍ରେସର ରାଜ୍ୟସଭା ସାଂସଦ ଜବାହର ସିରକାର ଏକ ଟୁଇଟ କରି କହିଛନ୍ତି ଯେ, ନୂଆ ଅଶୋକ ସ୍ତମ୍ଭଟି ଆମ ଜାତୀୟ ପ୍ରତୀକ ପ୍ରତି ଅପମାନ । ପୁରୁଣା ଅଶୋକସ୍ତମ୍ଭରେ ଥିବା ସିଂହମାନେ ଅନୁଶାସନପ୍ରିୟ ଓ ଆତ୍ମବିଶ୍ବାସ ଭରା ଦେଖାଯାଉଥିବାବେଳେ ମୋଦୀଙ୍କ ଦ୍ବାରା ସଂସଦଭବନ ଉପରେ ନିର୍ମିତ ନୂଆ ଅଶୋକ ସ୍ତମ୍ଭର ସିଂହମାନେ ହିଂସ୍ର, ଅନାବଶ୍ୟକ ଭାବେ ଆକ୍ରାମକ ଓ ଅସଂଗତ ଦେଖାଯାଉଛନ୍ତି । ଏ ସଂପର୍କରେ ଟିଏମସି ସାଂସଦ ମହୁଆ ମୈତ୍ର ବି ଏକ ଟୁ ଇଟ କରିଛନ୍ତି ।ମୋଦୀ ସୋମବାରଦିନ ନବନିର୍ମିତ ସଂସଦ ଭବନ ଉପରେ ନିର୍ମିତ ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭର ଉନ୍ମୋଚନ କରିଥିଲେ । ବ୍ରୋଞ୍ଜ ନିର୍ମିତ ଏହି ଅଶୋକ ସ୍ତମ୍ଭଟି ୬.୩ ମିଟର ଉଚ୍ଚ ହୋଇଥିବାବେଳେ ତାହାର ଓଜନ ୯୫୦୦ କିଲୋଗ୍ରାମ ରହିଛି । ଏହି କାର୍ଯ୍ୟକ୍ରମକୁ ବିରୋଧୀ ଦଳ ସାଂସଦମାନଙ୍କୁ ଡକାଯାଇନଥିବାରୁ କଂଗ୍ରେସ ତାହାର ସମାଲୋଚନା କରିଥିଲା ।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..