ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇସ୍ତଫା ଦେଲେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ। ସେ ଆଜି ନିଜ ଇସ୍ତଫା ପତ୍ର ଲିଖିତ ଭାବେ ବାଚସ୍ପତିଙ୍କୁ ନିକଟକୁ ପଠାଇଛନ୍ତି। ଆସନ୍ତାକାଲି ବାଚସ୍ପତି ସାର୍ବଜନିନ ଭାବେ ଘୋଷଣା କରିବେ। ଏହି ଇସ୍ତଫା ପରଠାରୁ ଶ୍ରୀଲଙ୍କା ଉପରୁ ରାଜପକ୍ଷ ପରିବାରର ଶାସନ ହଟିଯିବ। ନିକଟ ସମ୍ପର୍କୀୟଙ୍କ କହିବାକୁ ମୁତାବକ, ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଏବେ ଶ୍ରୀଲଙ୍କା ସୀମାରେ ନୌସେନା ଜାହାଜ ଭିତରେ ଲୁଚିଛନ୍ତି। ଆସନ୍ତାକାଲି ଇସ୍ତଫାର ସାର୍ବଜନୀନ ଘୋଷଣା ପରେ ସେ ଦେଶ ଛାଡି ଚାଲିଯିବେ। ଆସନ୍ତା ଜୁଲାଇ ୨୦ ତାରିଖରେ ଶ୍ରୀଲଙ୍କାରେ ନୂଆ ରାଷ୍ଟ୍ରପତି ନିର୍ବାଚନ ହେବ। ଗୋଟାବାୟଙ୍କ ଇସ୍ତଫା ପରେ ରାଣିଲ ବିକ୍ରମସିଙ୍ଘେଙ୍କୁ ତତ୍କାଳ ରାଷ୍ଟ୍ରପତି କରାଯାଇପାରେ ବୋଲି ବିଶ୍ୱାସ କରାଯାଉଛି।






More Stories
ISROର ସାଇଣ୍ଟିଷ୍ଟ ଚାକିରି ଛାଡିଲେ: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ……
ମୋଦିଙ୍କୁ ଚିଠି ଲେଖିଲେ ଖାର୍ଗେ…..
ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା…..