ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିକଟରେ ଜିଓ ଏବଂ ଏୟାରଟେଲ ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସର ଷ୍ଟାରଲିଙ୍କ ସାଟେଲାଇଟ୍ ସେବା ପାଇଁ ଚୁକ୍ତି କରିଛନ୍ତି | ଯାହାଦ୍ଵାରା ଭାରତରେ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଲଞ୍ଚ୍ ହେବ। ଏହି ଚୁକ୍ତି ନେଇ ଘୋଷଣା ହେବାର ଗୋଟିଏ ଦିନ ପରେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ୍ସରେ ଏକ ପୋଷ୍ଟ କରି ଷ୍ଟାରଲିଙ୍କ ସହ ଏହି ସହଭାଗିତାକୁ ସ୍ୱାଗତ କରିଥିଲେ, କିନ୍ତୁ କିଛି ସମୟ ପରେ ସେ ଏହାକୁ ଡିଲିଟ୍ କରିଦେଇଛନ୍ତି। ସେ ଲେଖିଥିଲେ, ‘‘ଷ୍ଟାରଲିଙ୍କ, ଭାରତକୁ ସ୍ଵାଗତ!’’ ତେବେ କିଛି ସମୟ ପରେ ମନ୍ତ୍ରୀ ଏହି ପୋଷ୍ଟ ଡିଲିଟ୍ କରିଦେଇଛନ୍ତି। ବୈଷ୍ଣବ ତାଙ୍କ ପୋଷ୍ଟରେ ଏହା ମଧ୍ୟ ଲେଖିଥିଲେ ଯେ, ‘‘ଏହି ସେବା ସୁଦୂର ରେଳ ପ୍ରକଳ୍ପ ପାଇଁ ଉପଯୋଗୀ ହେବ।’’ଭାରତରେ ଷ୍ଟାରଲିଙ୍କ ସେବା ଆରମ୍ଭ କରିବା ପାଇଁ ସ୍ପେସଏକ୍ସ ସରକାରୀ ଅନୁମୋଦନକୁ ଅପେକ୍ଷା କରିଛି, କିନ୍ତୁ ଏବେ ଆଇଟି ମନ୍ତ୍ରୀଙ୍କ ପୋଷ୍ଟ ଦେଖି ଆଶା କରାଯାଉଛି ଯେ, ଶୀଘ୍ର ଏହି ଅନୁମୋଦନ ମିଳିପାରେ। ଅପରପକ୍ଷେ ପୋଷ୍ଟ ଡିଲିଟ୍ କରିବା ମଧ୍ୟ କିଛି ଭିନ୍ନ ସଙ୍କେତ ଦେଉଛି ନିଶ୍ଚୟ।






More Stories
ନିର୍ବାଚନ ଲଢିବେ ଆରଜି କର ବଳାତ୍କାର ପୀଡିତାଙ୍କ ମାଆ……
ଏଲ୍ପିଜି ସଙ୍କଟରୁ ମିଳିବ ମୁକ୍ତି: ଆମେରିକାରୁ ପହଞ୍ଚିଲା ଜାହାଜ……
ଜଳ ଜୀବନର ଆଧାର……