ରିପୋର୍ଟ କାର୍ଡ / ଝାରସୁଗୁଡ଼ା
ଝାରସୁଗୁଡ଼ା ଜିଲ୍ଲାର ଜଣେ ଏଏସଆଇଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ମୋଟର ଭେହିକିଲ ଡିପାର୍ଟମେଣ୍ଟ (ଓଏମଭିଡି)ର ଏଏସଆଇ ହରେକୃଷ୍ଣ ନାୟକଙ୍କ ଘର ରେଡ୍ କରିଛି ଭିଜିଲାନ୍ସ ଟିମ୍ । ତେବେ ଆଜିର ଚଢ଼ାଉରେ ଏଏସଆଇ ଶ୍ରୀ ନାୟକଙ୍କ ଠାରୁ ନଗଦ ୪ ଲକ୍ଷ ୪୬ ହଜାର ଟଙ୍କା ଜବତ କରାଯାଇଛି । ଏହି ରେଡରେ ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ସାମିଲ ହୋଇଥିଲେ । ଶ୍ରୀ ନାୟକଙ୍କର କଟକର ଫ୍ରେଣ୍ଡସ କଲୋନୀର ଦୁଇମହଲା ଘର, ପୁରୀରେ ଥିବା ପୈତୃକ ଘର, ଝାରସୁଗୁଡ଼ାରେ ଥିବା ଆରଟିଓ ଅଫିସ, ଝାରସୁଗୁଡ଼ାରେ ଥିବା ଭଡ଼ାଘର, ଗଞ୍ଜାମରେ ଥିବା ସମ୍ପର୍କୀୟଙ୍କ ଘର, ବ୍ରହ୍ମପୁରର ରାମନଗରରେ ଥିବା ଦୁଇ ମହଲା ଘରରେ ରେଡ୍ କରାଯାଇଥିଲା । ଗତକାଲି ଟିପିସିଓଡିଏଲ ବୋରିଗୁମ୍ମାର ଜଣେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଉକ୍ତ ଯନ୍ତ୍ରୀ ଜଣଙ୍କ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।






More Stories
ସାଦା ପୋଷାକରେ ଜଗିବ ପୋଲିସ…..
ଶ୍ରୀମୟୀଙ୍କ ବିସ୍ଫୋରକ ମନ୍ତବ୍ୟ……
୨୪ରେ ରାଜ୍ୟ କ୍ୟାବିନେଟ……