ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷ ଏବଂ ୟୁକ୍ରେନ ଯୋଦ୍ଧରେ ବହୁ କ୍ଷୟକ୍ଷତି ଘଟିଲାଣି। ଏହା ମଧ୍ୟରେ ଉତ୍ତର ଆଟଲାଣ୍ଟିକ ସନ୍ଧି ସଂଗଠନ(ନାଟୋ) ଚେତାବନୀ ଦେଇ କହିଛି, ରୁଷ ନିଜର ସୈନ୍ୟ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇ ତୁରନ୍ତ ୟୁକ୍ରେନରୁ ହଟି ଯାଉ। ଏହା ସହିତ ନିଜର ନିଜର ୧୦୦ରୁ ଅଧିକ ଲଢୁଆ ଜାହାଜ ମୁତୟନ କରିଛି ନାଟାେ। ରୁଷର ଆଭିମୁଖ୍ୟକୁ ପୁରା ଦେଶ ଦେଖୁଛି। ୟୁକ୍ରେନ ଉପରେ ନିଜର ଶକ୍ତି ଦେଖାଉଛି ରୁଷ। ନାଟୋ ସାଧାରଣ ସଂପାଦକ ଜେନ୍ସ ଷ୍ଟୋଲଟେନବର୍ଗ ୟୁକ୍ରେନ ଉପରେ ରୁଷର କାର୍ଯ୍ୟାନୁଷ୍ଠାନକୁ ଅକାରଣ ଏବଂ ଅନୁଚିତ ବୋଲି ଦର୍ଶାଇଛନ୍ତି। ନାଟୋର ସାଧାରଣ ବୈଠକ ପରେ ବ୍ରୁସେଲ୍ସ ସ୍ଥିତ ନାଟୋ ମୁଖ୍ୟାଳୟରେ ଷ୍ଟୋଲଟେନବର୍ଗ କହିଛନ୍ତି, ଆମ ନିକଟରେ ନିଜର ବାୟୁ କ୍ଷେତ୍ରର ରକ୍ଷା କରୁଥିବା ୧୦୦ରୁ ଅଧିକ ଜେଟ୍ ଏବଂ ଉତ୍ତର ଭୂମଧ୍ୟ ସାଗର ପର୍ଯ୍ୟନ୍ତ ସମୁଦ୍ରରେ ୧୨୦ରୁ ଅଧିକ ଲଢୁଆ ମୁତୟନ କରିଛୁ। ଆମେ ନିଜର ସହଯୋଗୀଙ୍କୁ ଆକ୍ରମଣରୁ ବଞ୍ଚାଇବା ପାଇଁ ଯାହା ଜରୁରୀ ପଦକ୍ଷେପ ସବୁ ଉଠାଇବୁ। ଷ୍ଟୋଲଟେନବର୍ଗ କହିଛନ୍ତି, ଆମେ ରୁଷକୁ ସୈନ୍ୟ କାର୍ଯ୍ୟାନୁଷ୍ଠାନ ତୁରନ୍ତ ବନ୍ଦ କରିବା ସହିତ ଏହାର ଆଖପାଖ ଅଞ୍ଚଳରୁ ସମସ୍ତ ବଳକୁ ପ୍ରତ୍ୟାହାର କରିବାକୁ କହୁଛୁ। ଆଜି ଆମେ ଓ୍ଵାଶିଂଟନ ସନ୍ଧିର ଅନୁଚ୍ଛେଦ ୪ ଆଧାରରେ ବିଚାର ବିମର୍ଶ କରିଛୁ। ସହଯୋଗୀଙ୍କ ରକ୍ଷା କରିବା ପାଇଁ ଅତିରିକ୍ତ ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି।
More Stories
ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କଲା ପତ୍ନୀ….
ପଶ୍ଚିମବଙ୍ଗ ପାଇଁ ଯୋଜନା ଆରମ୍ଭ କରୁଛନ୍ତି ରାହୁଲ……
ଏଟିଏମରୁ ଟଙ୍କା ଉଠାଣ ହେବ ମହଙ୍ଗା….